ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ତାଗିଦକୁ ମାନୁ ନାହିଁ ଓଡ଼ିଶା ମେଡିକାଲ ସେବା ସଂଘ । ଏସ୍ମା ଲାଗୁ ପରେ ମଧ୍ୟ ବୁଧବାର ବିଭିନ୍ନ ସ୍ଥାନରେ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି । ଦୁଇ ଘଣ୍ଟା ଧରି ଓପିଡ଼ି ବନ୍ଦ ପ୍ରତିବାଦ କରାଯାଉଛି । ତେବେ କେତେକ ସ୍ଥାନରେ ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେଇଥିବା ମଧ୍ୟ ଦେଖିବାକୁ ମିଳିଛି ।
ରାଜ୍ୟ ଗୃହ ବିଭାଗ ଏସମା ଆଇନ ଲାଗୁ କରିଥିଲେ । ମାତ୍ର ଓମ୍ସାର ଜରୁରୀକାଳୀନ ବୈଠକରେ ୨ଘଣ୍ଟିଆ ଓପିଡି ବନ୍ଦ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲା । ସଂଘ ଗିରଫଦାରୀ ପାଇଁ ପ୍ରସ୍ତୁତ ଥିବା ଓମ୍ସା ସଭାପତି ଡା.କିଶୋର ମିଶ୍ର କହିଥିଲେ । ୧୦ ଦଫା ଦାବିରେ ଡାକ୍ତରୀ ସଂଘ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରଖିଛି । ଯାହା ଫଳରେ ରୋଗୀ ସେବା ଗୁରୁତରଭାବେ ପ୍ରଭାବିତ ହୋଇଛି । ଗୃହ ବିଭାଗ କହିଛି ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଡାକ୍ତର, ନର୍ସିଂ ଅଫିସର, ଫାର୍ମାସିଷ୍ଟ, ଅନ୍ୟ ପାରାମେଡିକ୍ସ, ଟେକ୍ସିନିଆନ୍, ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏବଂ ଠିକା କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିପାରିବେ ନାହିଁ ।