ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଶାଖା ଆଇଏସ୍ଆଏ ଏଜେଣ୍ଟ ଶହଜାଦ ଭଟ୍ଟୀ ଆଉ ଏକ ବଡ଼ ଆତଙ୍କବାଦୀ ନେଟୱାର୍କର ପର୍ଦ୍ଦାଫାସ କରିଛି । ଦିଲ୍ଲୀ ଏବଂ ପଞ୍ଜାବରୁ ୬ ଜଣ ସନ୍ଦିଗ୍ଧ ଆତଙ୍କବାଦୀକୁ ଦିଲ୍ଲୀ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଗିରଫ ସନ୍ଦିଗ୍ଧମାନେ ପାକିସ୍ତାନ ଗ୍ୟାଙ୍ଗଷ୍ଟାର ଏବଂ ଗୁଇନ୍ଦା ସଂସ୍ଥା ଆଇଏସ୍ଆଏର ଏଜେଣ୍ଟ ଶହଜାଦ ଭଟ୍ଟୀ ସହିତ ସମ୍ପର୍କରେ ରହିଥିଲେ । ଗତ ଚାରି ଦିନ ମଧ୍ୟରେ ଏହା ଦ୍ୱିତୀୟ ଘଟଣା । ପୂର୍ବରୁ ଗୁଜରାଟ ଏବଂ ମଧ୍ୟ ପ୍ରଦେଶରୁ ଗୁଜରାଟ ଆଣ୍ଟି ଟେରୋରିସ୍ଟ ସ୍କ୍ୱାର୍ଡ ୮ ଜଣଙ୍କୁ ଗିରଫ କରିଛି ।
ଏମାନେ ବିଶେଷତଃ ଅସ୍ତ୍ରଶସ୍ତ୍ର ତିଆରିରେ ନିୟୋଜିତ ଥିଲେ । ସେମାନଙ୍କ ନିକଟରୁ ଦହନଶୀଳ ପଦାର୍ଥ, ୨ଟି ବିଦେଶୀ ବନ୍ଧୁକ, ୯ଟି କ୍ୟାଟ୍ରିଜ୍, ୩ଟି ପେଟ୍ରୋଲ ବୋମା ଏବଂ ୨ଟି ଗାଡ଼ି ଜବତ କରାଯାଇଛି । ଦିଲ୍ପୀ ପୋଲିସ ସ୍ପେଶାଲ୍ ସେଲ୍ ଏମାନଙ୍କୁ ଆର୍ଥିକ ସହଯୋଗ କେଉଁଠୁ ଆସୁଥିଲା, ଅନ୍ୟ ସନ୍ଦିଗ୍ଧ ଏବଂ ନେଟୱାର୍କ ସମ୍ପର୍କରେ ଜେରା କରିବ ।
ଜୁନ ୧୪ ତାରିଖରେ ପାକିସ୍ତାନ ଆଇଏସଆଇ ହ୍ୟାଣ୍ଡଲର ଶାହଜାଦ ଭଟ୍ଟି ସହିତ ଜଡିତ ଏକ ୮ ସଦସ୍ୟ ବିଶିଷ୍ଟ ଆତଙ୍କୀ ମଡ୍ୟୁଲର ଦିଲ୍ଲୀ ପୋଲିସ ସ୍ପେଶାଲ୍ ସେଲ୍ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପୂର୍ବରୁ, ଦିଲ୍ଲୀ ପୋଲିସ ଅପରେସନ ଗ୍ୟାଙ୍ଗ ବଷ୍ଟ ୨.୦ ସମୟରେ ଏହି ମଡ୍ୟୁଲର ୩ ଜଣ ସଦସ୍ୟଙ୍କୁ ଗିରଫ କରିଥିଲା ଜ୍ଝଏମାନେ ଦିଲ୍ଲୀ ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକରେ ପୋଲିସ କର୍ମଚାରୀଙ୍କୁ ଟାର୍ଗେଟ କରିବା, ପୋଷ୍ଟର ମାଧ୍ୟମରେ ପାକିସ୍ତାନ-ଭିତ୍ତିକ ହ୍ୟାଣ୍ଡଲରଙ୍କୁ ପ୍ରଶଂସା କରିବା ଏବଂ କଥିତ ଆଇଏସ୍ଆଇ-ପ୍ରାୟୋଜିତ ସଂଗଠନ ତେହେରିକ-ଏ-ତାଲିବାନ୍ ହିନ୍ଦୁସ୍ତାନକୁ ପ୍ରୋତ୍ସାହିତ କରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା ।
ଏଠାରେ ଆହୁରି ଉଲ୍ଲେଖ ଯୋଗ୍ୟ, ଗତ ଶୁକ୍ରବାର ଗୁଜରାଟ ଏଟିଏସ ୮ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ସମସ୍ତେ ଆତଙ୍କୀ ସଙ୍ଗଠନ ଜୈଶ-ଏ-ମହମ୍ମଦ ସହିତ ଜଡ଼ିତ ଅଛନ୍ତି । ଗିରଫ ହୋଇଥିବା ୮ ଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ ୭ ଜଣ ଗୁଜରାଟର ବାସିନ୍ଦା ହୋଇଥିବାବେଳେ ଜଣେ ମଧ୍ୟପ୍ରଦେଶର । ଗୁଜରାଟରେ ଆତଙ୍କବାଦୀର ନେଟୱାର୍କ ସକ୍ରିୟ କରିବା, ଦେଶରେ ଆତଙ୍କର ବାତାବରଣ ସୃଷ୍ଟି କରିବାକୁ ଏମାନେ କାମ କରୁଥିଲେ ବୋଲି ଏଟିଏସ୍ ଅଧିକାରୀ ସୂଚନା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ- ଶ୍ରୀଲଙ୍କା ଜେଲରେ ରକ୍ତାକ୍ତ ସଂଘର୍ଷ: ବନ୍ଧୁକ ଛଡ଼ାଇ କଏଦୀ ମାରିଲେ ଗୁଳି, ୨୫ ମୃତ ଓ ୧୦୦ ଆହତ