Home >
ଟ୍ରାଫିକ୍ ଜାମରେ ଫଶି ଶିଶୁ ମୃତ୍ୟୁ ଘଟଣାରେ ନୂଆ ଟ୍ୱିଷ୍ଟ, ଘଣ୍ଟାଏ ନୂହଁ 22 ମିନିଟରେ ମେଡିକାଲରେ ପହଁଞ୍ଚିଥିଲା ଆମ୍ୱୁଲାନ୍ସ
Khabar Odisha:commissionerate-police-tweets-chilldren-death-issue-for-trafic-jam
ଭୁବନେଶ୍ୱର, ଫେବୃଆରୀ ୧୪ (ଖବର ଓଡ଼ିଶା):

ଭୁବନେଶ୍ୱର ଟ୍ରାଫିକ୍ ଜାମରେ ଫଶି ଶିଶୁ ମୃତ୍ୟୁ ଘଟଣାରେ ନୂଆ ଟ୍ୱିଷ୍ଟ । ଶିଶୁମୃତ୍ୟୁ ନେଇ ଆଜି କମିସନରେଟ ପୁଲିସ ଟୁଇଟ୍ କରି ସ୍ପଷ୍ଟୀକରଣ ଦିଆଯାଇଛି । ଏକ ଘଣ୍ଟାରୁ ଅଧିକ ସମୟ ନୁହେଁ ବରଂ ୨୨ ମିନିଟ୍ ୩୮ ସେକେଣ୍ଡରେ ଆମ୍ବୁଲାନ୍ସ ରାଜଭବନ ଛକରୁ କିମ୍ସ ହସ୍ପିଟାଲରେ ପହଞ୍ଚିଥିଲା ବୋଲି କହିଛି କମିସନରେଟ ପୁଲିସ । ସିସିଟିଭି ଫୁଟେଜ ସୂଚନା ଆଧାରରେ ଏହି ସ୍ପଷ୍ଟୀକରଣ ଜାରି କରିଛି କମିଶନରେଟ ପୋଲିସ । ପୂର୍ବରୁ ଶିଶୁର ବାପା ଟ୍ରାଫିକ ଜାମ କାରଣରୁ ଶିଶୁଟିର ମୃତ୍ୟୁ ଘଟିଥିଲା ବୋଲି ଅଭିଯୋଗ ଆଣିଥିଲେ, ପ୍ରବଳ ଜାମ କାରଣରୁ ଟ୍ରାଫିକରେ ଆମ୍ୱୁଲାନ୍ସ ଫସିଯାଇଥିଲା ବୋଲି ଶିଶୁଟିର ବାପା ଅଭିଯୋଗ କରିଥିଲେ ।

ଫଳରେ ଏହି ଘଟଣାକୁ ନେଇ ଗତ କାଲି କମିସନରେଟ୍ ପୋଲିସ୍ ଟ୍ରାଫିକ୍ ଡିସିପିଙ୍କୁ ଆକ୍ସନ ରିପୋର୍ଟ ତଲବ କରିଥିଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । କଣ ପାଇଁ ଯୋଗାଇ ଦିଆଯାଇ ପାରିଲା ନାହିଁ ପର୍ଯ୍ୟାପ୍ତ ସୁରକ୍ଷା, ସେ ନେଇ ୨ ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ । ଏହା ସହ କ୍ୟାପିଟାଲ ହସପିଟାଲକୁ ମଧ୍ୟ ରିପୋର୍ଟ ତଲବ କରିଥିଲେ ଆୟୋଗ । ଜଣେ ଅତି ଗୁରୁତର ରୋଗୀକୁ ସ୍ଥାନାନ୍ତର ବେଳେ କି କି ପଦକ୍ଷେପ ନେଇଥିଲେ, ସେ ସଂପର୍କରେ ଜଣାଇବା ପାଇଁ ହସପିଟାଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଧେଶ ଦେଇଥିଲେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ।

ସୂଚନାନୁସାରେ, ଏକ ପାଞ୍ଚ ବର୍ଷର ଶିଶୁକୁ ପ୍ରବଳ ବାନ୍ତି ହେଉଥିଲା। ପରିବାର ଲୋକେ ତାକୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଶିଶୁଟିର ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ଡାକ୍ତର କ୍ୟାପିଟାଲ ହସ୍ପିଟାଲରୁ ତାକୁ କଟକ ଏସସିବି ରେଫର କରିଥିଲେ । ପରିବାର ଲୋକେ ଶିଶୁଟିକୁ ଏସସିବି ନ ନେଇ ପଟିଆ ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲକୁ ଆମ୍ବୁଲାନ୍ସରେ ଆଣୁଥିଲେ। କିନ୍ତୁ ରାସ୍ତାରେ ଟ୍ରାଫିକ୍ ଜାମ୍ ଯୋଗୁଁ ଆମ୍ବୁଲାନ୍ସ ଫସି ଯାଇଥିଲା। ଆମ୍ବୁଲାନ୍ସଟି ରାସ୍ତାରେ ପ୍ରାୟ ଘଣ୍ଟାଏ କାଳ ଫସି ରହିବାରୁ ଠିକ୍ ସମୟରେ ଶିଶୁଟି ହସ୍ପିଟାଲ ପହଞ୍ଚିନପାରି ନଥିଲା ବୋଲି ଶିଶୁଟିର ବାପା ଅଭିଯୋଗ କରିଥିଲେ । ହସ୍ପିଟାଲରେ ପହଞ୍ଚିଲା ବେଳେ ବିଳମ୍ବ ହେବାରୁ ଶିଶୁଟିକୁ ଅଧା ରାସ୍ତାରେ ପ୍ରାଣ ହରାଇଥିଲା ବୋଲି କହିଥିଲେ । 

  • Tags:

Subscribe

National International State Sports Entertainment