Home >
ଧ୍ୟାନ ଦିଅନ୍ତୁ ଗ୍ରାହକ, ବନ୍ଦ ହୋଇଯିବ ଏସବିଆଇର ଏହି ପୁରୁଣା କାର୍ଡ଼, ଏମିତି ବଦଳାନ୍ତୁ
Khabar Odisha:business-odisha-sbis-magnetic-stripe-debil-card-will-be-closed-soon-change-it-with-emv-chip-one
ନୂଆଦିଲ୍ଲୀ, ଡିସେମ୍ବର୦୩(ଖବର ଓଡ଼ିଶା):

ଯଦି ଆପଣ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ)ର ଗ୍ରାହକ ତେବେ ପୁରୁଣା ଏଟିଏମ କାର୍ଡ ବଦଳାଇ ଦିଅନ୍ତୁ। ଯଦି ଆପଣ  ନିଜର ପୁରୁଣା ଏସବିଆଇ ମ୍ୟାଗ୍ନେଟିକ୍ ଷ୍ଟ୍ରାଇପ୍ ବିଶିଷ୍ଟ ଏଟିଏମ କାର୍ଡକୁ ବଦଳାଇ  ଅଧିକ ସୁରକ୍ଷିତ  ଚିପ୍ ବିଶିଷ୍ଟ କାର୍ଡ ନେଇ ନାହାନ୍ତି ତେବେ ବ୍ୟାଙ୍କ ଆପଣଙ୍କୁ ଆଉ ଏକ ସୁଯୋଗ ଦେଉଛି। ଏସବିଆଇ ନିଜର ଗ୍ରାହକଙ୍କୁ ସେମାନଙ୍କର ନିଜର ମ୍ୟାଗ୍ନେଟିକ୍ ଷ୍ଟ୍ରାଇପ ବିଶିଷ୍ଟ ଏଟିଏମ କାର୍ଡକୁ ୨୦୧୯ ଡିସେମ୍ବର ୩୧ ସୁଦ୍ଧା ବଦଳାଇ ଇଏମଭି ଚିପ୍ ବିଶିଷ୍ଟ କାର୍ଡ଼ ନେଇ ଯିବାକୁ  ସମୟ ଦେଇଛି। 

ଏସବିଆଇ ଟ୍ଵିଟ୍ କରି କହିଛି ଯେ, ମ୍ୟାଗ୍ନେଟିକ୍ ଷ୍ଟ୍ରାଇପ୍ ବିଶିଷ୍ଟ ଡେବିଟ୍ କାର୍ଡକୁ ବଦଳାଇ ଅଧିକ ସୁରକ୍ଷିତ ଇଏଭି ଚିପ୍ ବିଶିଷ୍ଟ କାର୍ଡ ଓ ପିନ୍ ଆଧାରିତ ଏସବିଆଇ ଡେବିଟ୍ କାର୍ଡ ନେବା ପାଇଁ ଡିସେମ୍ବର ୩୧ ତାରିଖ ସୁଦ୍ଧା ନିଜର ଶାଖାକୁ ଆସି ଆବେଦନ କରନ୍ତୁ। 

ଆରବିଆଇ ଗାଇଡ୍ ଲାଇନ ଅନୁଯାୟୀ ଏସବିଆଇ ନିଜର ସମସ୍ତ ମ୍ୟାଗ୍ନେଟିକ୍ ଷ୍ଟ୍ରାଇପ୍ କାର୍ଡକୁ ଇଏମଭି ଚିପ୍ ଓ ପିନ୍ ଆଧାରିତ କାର୍ଡରେ ପରିବର୍ତ୍ତନ କରିଛି। ଗ୍ରାହକ ନିଜ ଶାଖାରେ ମାଗଣାରେ ଏହି ଏଟିଏମ ଲାଗି ଆବେଦନ କରି  ପାରିବେ। ଯଦି ଏଥିପାଇଁ କିଏ ଅର୍ଥ ନିଏ ତେବେ ଉକ୍ତ ଅର୍ଥ ଫେରି ପାଇବା ଲାଗି ପ୍ରମାଣ ସହିତ ଶାଖାରେ ଯୋଗାଯୋଗ କରି ପାରିବେ। 

ନେଟ୍ ବ୍ୟାଙ୍କିଂ ଜରିଆରେ କରି ପାରିବେ ଆବେଦନ

ଆପଣ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଜରିଆରେ ପୂର୍ବରୁ ଅଧିକ ସୁରକ୍ଷିତ ଚିପ୍ ଆଧାରିତ କାର୍ଡ଼ ପାଇଁ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଜରିଆରେ ମଧ୍ୟ ଆବେଦନ କରି ପାରିବେ। ଆବେଦନ କରିବା ପୂର୍ବରୁ ଏହା ସୁନିଶ୍ଚିତ କରି ନିଅନ୍ତୁ ଯେ, ବର୍ତ୍ତମାନର ଠିକଣା ଅପଡେଟ୍ କରାଇ ନିଅନ୍ତୁ, କାରଣ କାର୍ଡଟ କେବଳ ପଞ୍ଜିକୃତ ଠିକଣାରେ  ହିଁ ପଠାଯିବ। କାର୍ଡ଼ର ଅନଲାଇନ ଆବେଦନ ଲାଗି ମୋବାଇଲ ନମ୍ବର ବାଧ୍ୟତାମୂଳକ।

କାର୍ଡ଼ ପାଇଁ ଅନଲାଇନ୍ ଏହି ପରି କରନ୍ତୁ ଆବେଦନ

୧ – ସର୍ବ ପ୍ରଥମେ ଏସବିଆଇ ଓ୍ଵେବସାଇଟରେ ଲଗଇନ୍ କରନ୍ତୁ।

୨ – ଟପ୍ ନେଭିଗେସନର ଇ-ସର୍ଭିସରେ ଏଟିଏମ କାର୍ଡ ସର୍ଭିସେସ୍ ଚୟନ କରନ୍ତୁ।

୩ – ଭେଲିଡେଟ୍ କରିବା ଲାଗି ନିଜର ବିକଳ୍ପ ଚୟନ କରନ୍ତୁ। ଏବେ ୟୁଜିଙ୍ଗ ଓ୍ଵାନ୍ ଟାଇମ୍ ପାସଓ୍ଵାର୍ଡ଼(ଓଟିପି)ରେ କ୍ଲିକ୍ କରନ୍ତୁ।

୪ – ନିଜର ପଞ୍ଜିକରଣ ମୋବାଇଲ ନମ୍ବରକୁ ଆସିଥିବା ଓଟିପି ଏଣ୍ଟର କରନ୍ତୁ।

୫ – ଏବେ ଆକାଉଣ୍ଟ ଚୟନ କରନ୍ତୁ। ଏଥିରେ କାର୍ଡ଼ରେ  ଥିବା ନାମ  ଦିଅନ୍ତୁ।

୬ – ଏବେ ଟର୍ମ ଓ କଣ୍ଡିସନରେ କ୍ଲିକ୍ କରନ୍ତୁ ଓ ପୁଣି ସବମିଟ୍ ବଟନ ଦବାନ୍ତୁ।

୭ – ସବମିଟ୍ କରିବା ପରେ ଆପଣଙ୍କ କମ୍ପ୍ୟୁଟର ସ୍କ୍ରିନରେ ଏକ ମେସେଜ୍ ଆସିବ, ଯେଉଁଥିରେ ଲେଖାଥିବ ଯେ, ଆପଣଙ୍କ ପଞ୍ଜିକୃତ ଠିକଣାରେ ୭-୮ ଅଫିସ କାର୍ଯ୍ୟ ଦିବସରେ ଡେବିଟ୍ କାର୍ଡ ମିଳିଯିବ।

Subscribe

National International State Sports Entertainment