Home >
ଏୟାରଟେଲର ନୂତନ ପ୍ଲାନ, ୧୭୯ ଟଙ୍କାରେ ଅସୀମିତ କଲ ସହିତ ମିଳିବ ୨ ଲକ୍ଷ ଟଙ୍କାର ବୀମା
Khabar Odisha:business-odisha-airtel-announces-rs-179-prepaid-bundle-with-built-in-life-insurance-cover
ନୂଆଦିଲ୍ଲୀ, ଜାନୁଆରୀ୧୯(ଖବର ଓଡ଼ିଶା):

ଦୂରସଞ୍ଚାର କ୍ଷେତ୍ରର ପ୍ରମୁଖ କମ୍ପାନୀ ଭାରତୀୟ ଏୟାରଟେଲ୍ ୧୭୯ ଟଙ୍କାର ପ୍ରିପେଡ୍ ପ୍ୟାକ୍ ଉପସ୍ଥାପନ କରିଛନ୍ତି। ଏହି ପ୍ୟାକ୍  ସହିତ ଭାରତୀ ଏକ୍ସା ଲାଇଫ ଇନସ୍ୟୁରାନ୍ସର ୨ ଲକ୍ଷ ଟଙ୍କାର ଜୀବନ ବୀମା କଭର ମଧ୍ୟ ସାମିଲ। କମ୍ପାନୀ ନିଜର ବୟାନରେ କହିଛି ଯେ, ୧୭୯ ଟଙ୍କାର ନୂତନ ପ୍ରିପେଡ଼୍ ପ୍ୟାକ୍ ଜରିଆରେ କୌଣସି ବି ନେଟଓ୍ଵର୍କରେ ଅସୀମିତ କଲ, ୨ ଜିବି ଡାଟା, ୩୦୦ ଏସଏମଏସ ଓ ଭାରତୀ ଏକ୍ସା ଲାଇଫ ଇନସ୍ୟୁରାନ୍ସର ୨ ଲକ୍ଷ ଟଙ୍କା ବୀମା କଭର ମିଳିବ। 

ଏହି ପ୍ୟାକର ବୈଧତା ୨୮ ଦିନ ରହିଛି। ବିଶେଷ କରି ପ୍ରବେଶସ୍ତରରେ ସ୍ମାର୍ଟଫୋନ୍ ଗ୍ରାହକ ତଥା ଅର୍ଦ୍ଧସହରୀ ଓ ଗ୍ରାମାଞ୍ଚଳ ବଜାରରେ ଫିଚର ଫୋନର ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଏହି ପ୍ୟାକକୁ ଉପସ୍ଥାପନ କରାଯାଇଛି। 

କମ୍ପାନୀ କହିଛି ଏହି ବୀମା କଭର ୧୮ ବର୍ଷରୁ ୫୪ ବର୍ଷ ଆୟୁର ଲୋକଙ୍କ ପାଇଁ ଉପଲବ୍ଧ। ଏଥିପାଇଁ କୌଣସି ପ୍ରକାରର ଦସ୍ତାବିଜ କିମ୍ବା ଚିକିତ୍ସା ପରୀକ୍ଷଣର ଆବଶ୍ୟକତା ନାହିଁ। ବୀମା ପଲିସି କିମ୍ବା ପ୍ରମାଣପତ୍ର ତୁରନ୍ତ ଡିଜିଟାଲ ଭାବେ ପଠାଇ ଦିଆଯିବ।

Subscribe

National International State Sports Entertainment