ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜଗନ୍ନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି । କେନାଲରେ ଭାସିଯାଇ ଜଣେ ଦେଢ଼ ବର୍ଷର ଜଣେ ଶିଶୁପୁତ୍ରର ମୃତ୍ୟୁ ହୋଇଛି । ଗ୍ରାମର ମଳୟ ମଲ୍ଲିକଙ୍କ ଦେଢ଼ ବର୍ଷର ଶିଶୁପୁତ୍ରଟି ଘର ନିକଟରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା । ପ୍ରଥମେ ଘର ନିକଟରେ ଖୋଜା ପଡ଼ିଥିଲା । ଘର ପାଖରେ ଥିବା କୂଅରେ ମଧ୍ୟ ପମ୍ପ ପକାଇ ପାଣି ଶୁଖାଇ ଖୋଜା ଯାଇଥିଲା । କିନ୍ତୁ ପରେ କେନାଲ ଭିତରେ ଶିଶୁଟି ପଡ଼ିଯାଇଥିବା ସନ୍ଦେହ କରାଯାଇଥିଲା । ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ଶିଶୁଟିକୁ ଖୋଜିବା ପରେ ଘରଠାରୁ ଦେଢ଼ କିଲୋମିଟର ଦୂରରୁ ଶିଶୁ ଉଦ୍ଧାର କରାଯାଇଥିଲା । ଏହା ପରେ ଶିଶୁଟିକୁ ମେଡିକାଲରେ ଭର୍ତ୍ତି କରିଥିଲା । ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଛନ୍ତି । ଘଟଣା ପରେ ଜଗନ୍ନାଥପୁର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।