Home >
ଫରେଷ୍ଟରଙ୍କୁ ମାଡ ମାରି ଯୁବକ ଗିରଫ
Khabar Odisha:Youth-arrested-after-beating-forester-in-Angul
ଅନୁଗୋଳ, ନଭେମ୍ବର ୨୨ (ଖବର ଓଡ଼ିଶା):

ଅନୁଗୋଳ ଜିଲ୍ଲା କଣିହାଁରେ ଫରେଷ୍ଟରଙ୍କୁ ମାଡ ମାରିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛି । ଗିରଫ ହୋଇଥିବା ଯୁବକ ଜଣକ ହେଉଛନ୍ତି ହନୁମାନପୁର ଗ୍ରାମର ମୋହନ ନାୟକ । ସୂଚନା ଅନୁଯାୟୀ, କଣିହାଁ ବନାଞ୍ଚଳ ହନୁମାନପୁର ବିଟର ଫରେଷ୍ଟର ଅରୁଣ ପ୍ରଧାନଙ୍କୁ ହନୁମାନପୁର ଗ୍ରାମର ମୋହନ ନାୟକ ହାତୀ ଧାନ ଫସଲ ନଷ୍ଟ କରିଥିବା ଟଙ୍କା ନମିଳିବାରୁ ତାଙ୍କ କ୍ୱାର୍ଟରରେ ପଶି ମାଡ ମାରିଥିଲେ । ଏ ନେଇ ଫରେଷ୍ଟରଙ୍କ ଅଭିଯୋଗ ପରେ କଣିହାଁ ପୋଲିସ ମୋହନକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା କଣିହାଁ ଥାନା ଅଧିକାରୀ ପ୍ରଭାବିତ ତ୍ରିପାଠୀ ସୂଚନା ଦେଇଛନ୍ତି ।

  • Tags:

Subscribe

National International State Sports Entertainment