ଗଞ୍ଜାମ ଜିଲ୍ଲାର ନୂତନ SP ଭାବେ କାର୍ଯ୍ୟରେ ଯୋଗ ଦେଲେ ଯୁବ ଆଇପିଏସ ଅଧିକାରୀ ଜଗମୋହନ ମୀନା । ଯୋଗ ଦେବା ପରେ ତାଙ୍କୁ ବିଭାଗୀୟ ଅଧିକାରୀ ମାନେ ସ୍ବାଗତ ଜଣାଇଛନ୍ତି । ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ସହ ଅପରାଧୀ ସମସ୍ୟା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଯୋଗ ଦେବା ଅବସରରେ ଏସପି କହିଛନ୍ତି । ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟଙ୍କୁ ଅନୁଗୁଳ ଡିଆଇଜି ଭାବେ ବଦଳି ହୋଇଥିବା ବେଳେ ଗତ ଶୁକ୍ରବାର ପୂର୍ବତନ ଏସପିଙ୍କୁ ସ୍ଥାନୀୟ ତାମ୍ପରା ହ୍ରଦ ଠାରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଜି ପୂର୍ବତନ ଏସପିଙ୍କ ଠାରୁ ନୂତନ ଏସପି ଭାବେ ଜଗମୋହନ ମୀନା ଦାୟିତ୍ୱ ଗ୍ରହଣ କରିଥିଲେ । ପୂର୍ବରୁ ସେ ଅନୁଗୁଳ ଏସପି ଭାବେ ଏବଂ ଆଗରୁ ମାଲକାନଗିରି ଭଳି ମାଓ ପ୍ରବଣ ଅଞ୍ଚଳରେ କାର୍ଯ୍ୟ କରିଥିବାରୁ ବର୍ତମାନ ଗଞ୍ଜାମରେ ଅପରାଧୀ ସମସ୍ୟାକୁ ସେ ଅଧିକ ଦକ୍ଷତାର ସହିତ ମୁକାବିଲା କରି ପାରିବେ ବୋଲି ଆଶା କରାଯାଉଛି ।