ଭୁବନେଶ୍ୱର: ସାଉଥ ସୁପରଷ୍ଟାର ତଥା ମୋଷ୍ଟ ଇଲିଯିବଲ ବ୍ୟାଚଲର ପ୍ରଭାସଙ୍କ ବିବାହକୁ ନେଇ ଏବେ ଚର୍ଚା ଜୋର ଧରିଛି | ଜୁନ16ରେ ରିଲିଜ ହେବାକୁ ଥିବା ଫିଲ୍ମ 'ଆଦିପୁରୁଷ’ ପାଇଁ ପ୍ରଭାସ ଚର୍ଚ୍ଚାରେ ଥିବା ବେଳେ ବିବାହ ପାଇଁ ଗ୍ରୀନ ସିଗ୍ନାଲ ଦେଇ ପୁଣି ଚର୍ଚାକୁ ଆସିଛନ୍ତି ପ୍ରଭାସ | ପୂର୍ବରୁ ପ୍ରଭାସଙ୍କ ବିବାହ ଏବଂ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ପ୍ରଭାସଙ୍କ ପ୍ରଶଂସକମାନେ ଦ୍ୱନ୍ଦ୍ୱରେ ଥିବା ବେଳେ ଫିଲ୍ମ 'ଆଦିପୁରୁଷ’ ଶୁଟିଂ ବେଳେ ତାଙ୍କ ନାମ ଅଭିନେତ୍ରୀ କ୍ରିତି ସାନନଙ୍କ ସହ ଯୋଡ଼ା ଯାଇଥିଲା |
ତେବେ ଜୁନ 6 ତାରିଖରେ ଆଦିପୁରୁଷର ଫାଇନାଲ ଟ୍ରେଲର ତିରୁପତିରେ ରିଲିଜ କରାଯାଇଥିଲା | ଏହି ଅବସରରେ ପ୍ରଶଂସକ ପ୍ରଭାସଙ୍କୁ ତାଙ୍କ ବିବାହ ସଂପର୍କରେ ପଚାରିବାର ସୁଯୋଗ ହାତଛଡ଼ା କରିନଥିଲେ | ଏବଂ ପ୍ରଭାସ ଏହାର ଉତ୍ତରରେ କଥିଲେ କି "ସେ ତିରୁପତିରେ ବିବାହ କରିବେ"| ତେବେ ସେ କାହାକୁ ବିବାହ କରିବେ ଓ କେବେ ବିବାହ କରିବେ ସେ ସଂପର୍କରେ କିଛି କହିନଥିଲେ |
ତେବେ ପ୍ରଭାସଙ୍କ ବିବାହ ପ୍ରତି ଗ୍ରୀନ ସିଗ୍ନାଲ ତାଙ୍କ ପ୍ରଶଂସକଙ୍କୁ ବେଶ୍ ଆନନ୍ଦିତ କରିଛି | ପ୍ରଶଂସକମାନେ ଏବେ ଅଭିନେତାଙ୍କୁ ବର ବେଶରେ ଦେଖିବାକୁ ଅପେକ୍ଷା କରି ରହିଛନ୍ତି | ତେବେ ପ୍ରଭାସଙ୍କ ଘରେ କେବେ ସାହାନାଇ ବାଜୁଛି ତାହା ଦେଖିବା ପାଇଁ ତାଙ୍କ ପ୍ରଶଂସକମାନେ ଚାତକ ପରି ଚାହିଁ ରହିଛନ୍ତି |