ଓଡ଼ିଶାର ପୁରୀରେ ସହରରେ ସ୍ଥାପିତ ଥିବା ଜଗନ୍ନାଥ ମନ୍ଦିର ଯୁଗ ଯୁଗ ଧରି ସମସ୍ତଙ୍କୁ ଓଡ଼ିଶାର ଗୌରବର ଗାଥା ଶୁଣାଇ ଥାଏ । କହିବାକୁ ଗଲେ ଓଡିଶାର ଏକ ଅନ୍ୟ ପରିଚୟ ସୃଷ୍ଟି କରିଛି ପୁରୀ ଶ୍ରୀମନ୍ଦିର । ତେବେ ଏହି ପରିଚୟକୁ ସଂଗ୍ରହ କରି ରଖିବାକୁ ପୁରୀ ଶ୍ରୀମନ୍ଦିରରେ ଏକ ସଂଗ୍ରହାଳୟ ନାହିଁ । ସୂଚନା ଅନୁଯାୟୀ, ରଥଯାତ୍ରା ବେଳେ ତିନିଥରରେ ବିରାଜମାନ ପାର୍ଶ୍ୱ ଦେବାଦେବୀ, ସାରଥୀ ମାନଙ୍କୁ ରଖିବାପାଇଁ ସଂଗ୍ରହାଳୟ ଦାବି କରାଯାଇଥିଲା । ହେଲେ ଏହି ପ୍ରସଙ୍ଗରେ କୌଣସି କାର୍ଯ୍ୟ କରାଯାଇ ନାହିଁ । ଶ୍ରୀମନ୍ଦିରକୁ ଆହୁରି ଅଧିକ ସରସ ସୁନ୍ଦର କରିବାକୁ କରାଯାଉଛି ଅନେକ ଯୋଜନା କରାଯିବ ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି | ହେଲେ ସଂଗ୍ରହାଳୟର ପରିକଳ୍ପନା ଏପର୍ଯ୍ୟନ୍ତ ହୋଇ ପାରିଲା ନାହିଁ । ତେବେ ଏହାକୁ ନେଇ ପୁଣିଥରେ ଜୋର ଦାବି ଧରିଛି । ଏହାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ମ୍ୟୁଜିୟମ ପାଇଁ ପ୍ରସ୍ତାବ ରହିଛି। ନିଶ୍ଚିତ ଏହା ପରିକ୍ରମା ପ୍ରକଳ୍ପରେ ବା ଶ୍ରୀଜଗନ୍ନାଥଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ପରିସରରେ କରାଯିବ। ତେବେ ଏହି ପ୍ରକଳ୍ପ କେବେ ତିଆରି କରାଯିବ ।