Home >
ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲଗାଇଦେଲା ଦୁର୍ବୃତ୍ତ, ୨ ହଜାରରୁ ଅଧିକ ଆକାଶିଆ ଗଛ ଜଳିପୋଡି ନଷ୍ଟ
Khabar Odisha:Villagers-set-fire-to-rural-forest-burning-more-than-2000-acacia-trees
କେନ୍ଦୁଝର , ଫେବୃଆରୀ 23 (ଖବର ଓଡ଼ିଶା):

କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଏରେଣ୍ଡେଇ ଗ୍ରାମର ବୈତରଣୀ ନଦୀ କୂଳରେ ଥିବା ଜଙ୍ଗଲରେ ନିଆଁ ଲଗାଇଦେଲା ଦୁର୍ବୃତ୍ତ। ଫଳରେ ୨ ହଜାରରୁ ଅଧିକ ଆକାଶିଆ ଗଛ ଜଳିପୋଡି ନଷ୍ଟ ହୋଇଯାଇଛି।

ସୁଚନା ଅନୁସାରେ ବୈତରଣୀ ନଦୀ କୂଳରେ ୨୫ ଏକର ପରିସୀମା ମଧ୍ୟରେ ୧୬ ହଜାର ଆକାଶିଆ ଗଛ ପାଟଣା ବନାଞ୍ଚଳ ପକ୍ଷରୁ ଲଗାଯାଇଥିଲା । ତେବେ ଉକ୍ତ ଗ୍ରାମ୍ୟ ଜଙ୍ଗଲରେ କେହି ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି।

ଯାହାଫଳରେ  ଦୁଇ ହଜାରରୁ ଅଧିକ ଗଛ ପୋଡ଼ି ନଷ୍ଟ ହୋଇଯାଇଛି । ଏହି ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

  • Tags:

Subscribe

National International State Sports Entertainment