Home >
ଭେଟରାନ ବଲିଉଡ ଅଭିନେତ୍ରୀ ନିମିଙ୍କର 88 ବର୍ଷ ବୟସରେ ପରଲୋକ
Khabar Odisha:Veteran-actress-Nimmi-dies-at-88-in-Mumbai
ମୁମ୍ୱାଇ, ମାର୍ଚ୍ଚ ୨୬ (ଖବର ଓଡ଼ିଶା):

ଖ୍ୟାତନାମା ବଲିଉଡ୍ ଅଭିନେତ୍ରୀ ନିମିଙ୍କର ପରଲୋକ । 88 ବର୍ଷ ବୟସରେ ମୁମ୍ୱାଇର ସରଲା ନର୍ସିଂହୋମରେ ବୁଧବାର ସନ୍ଧ୍ୟା ୬ଟା ବେଳେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ନିମି ।

ଅଭିନେତ୍ରୀ ନିମି ୧୬ ବର୍ଷ ବୟସରେ ଚଳଚ୍ଚିତ୍ରରେ କାମ କରିବା ଆରମ୍ଭ କରିଥିଲେ | ୧୯୪୯ ମସିହାରୁ ୧୯୬୫ମସିହା ପର୍ଯ୍ୟନ୍ତ ସେ ଚଳଚ୍ଚିତ୍ର ଜଗତରେ ସକ୍ରିୟ ଅଭିନୟ କରିଥିଲେ। ସେ ତାଙ୍କ ସମୟର ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ବିବେଚିତ ହେଉଥିଲେ। ତାଙ୍କର ପ୍ରକୃତ ନାମ ଥିଲା ‘ନବାବ ବାନୋ’ | ନିମି ଏସ୍ ଅଲ୍ଲୀ ରାଜାଙ୍କୁ ବିବାହ କରିଥିଲେ । ଏସ୍ ଅଲ୍ଲୀ ରାଜାଙ୍କର ୨୦୦୭ ମସିହାରେ ଦେହାନ୍ତ ହୋଇଥିଲା ।

ନିମିଙ୍କୁ ରାଜ କପୁରଙ୍କ ପ୍ରଥମ ଖୋଜ୍ ବୋଲି ମଧ୍ୟ କୁହାଯାଏ । ରିପୋର୍ଟ ଅନୁସାରେ ସେ ହିଁ ତାଙ୍କ ନାଁ ନବାବ ବାନୋରୁ ପରିବର୍ତ୍ତନ କରି ନିମି ରଖିଥିଲେ । ରାଜ କପୁର ନିମିଙ୍କୁ ତାଙ୍କ ଚଳଚ୍ଚିତ୍ର ‘ବରସାତ୍’ରେ ଏକ ବ୍ରେକ୍ ଦେଇଥିଲେ। ଏହି ଚଳଚ୍ଚିତ୍ର ହିଟ୍ ହେବା ପରେ ନିମି ଅନେକ ଫିଲ୍ମରେ କାମ କରିଥିଲେ | ସେ ଆନ୍, ଉଡନ ଖାଟୋଲା, ଭାଇ ଭାଇ, କୁନ୍ଦନ, ମେରେ ମେହବୁବ୍ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି |

ନିମିଙ୍କ ପରଲୋକରେ ବଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି । ଅନେକ ଅଭିନେତା, ଅଭିନେତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । 

  • Tags:

Subscribe

National International State Sports Entertainment