ପୁଣି ଲାଇନଚ୍ୟୁତ ହେଲା ଆଉଏକ ଟ୍ରେନ। ଜନଶତାବ୍ଦୀ ଏକ୍ସପ୍ରେସ୍ ହେଲା ଲାଇନଚ୍ୟୁତ । ଗୁରୁବାର ବିଳମ୍ବିତ ରାତିରେ ଟ୍ରେନ୍ ଚେନ୍ନାଇର ପୁରାଚି ଥାଲାଇଭାର ଡ଼ ଏମଜିଆର ଷ୍ଟେସନରେ ଯାତ୍ରୀମାନଙ୍କୁ ଓହ୍ଲାଇବା ପରେ ସଫା ହେବାକୁ ୟାର୍ଡ଼କୁ ଯିବାବେଳେ ଲାଇନଚ୍ୟୁତ ହୋଇଥିଲା । ଏହିସମୟରେ ଟ୍ରେନର ପ୍ରଥମବଗିର ଦୁଇଟି ଚକ ଖସିଯାଇଥିଲା। ଦୁଇ ଘଣ୍ଟାର ସଂଘର୍ଷ ପରେ ରେଳ କର୍ମଚାରୀଙ୍କ ସହାୟତାରେ ଉଭୟ ଚକକୁ ସାଧାରଣ ସ୍ଥିତିକୁ ଅଣାଯାଇଥିଲା। ତେବେ ଏହି ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ ବୋଲି ସୂଚନା ମିଳିଛି । ତେବେ ଲୋକପାଇଲଟ ଓ ଅଧିକାରୀଙ୍କ ସହ ରେଳବାଇ ପୋଲିସ ଘଟଣାର ତଦନ୍ତ କରୁଛି।