Home >
ପୋଖରୀରେ ବୁଡି ଦୁଇ ଭଉଣୀ ମୃତ
Khabar Odisha:Two-sisters-drowned-in-the-pool
ମାଲକାନଗିରି, ନଭେମ୍ବର ୨୨ (ଖବର ଓଡ଼ିଶା):

ପୋଖରୀରେ ବୁଡି ଦୁଇ ଜଣ ଭଉଣୀ ମୃତ୍ୟୁ ବରଣ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ସୀମାନ୍ତ ମୋଟୁ ଥାନା ଅନ୍ତର୍ଗତ ପୁଷୁଗୁଡା ପଂଚାୟତର ମୁକାନପାଲ୍ଲୀ ଗ୍ରାମରେ । ମୃତ ଦୁଇ ଶିଶୁ ମାନଙ୍କର ମଧ୍ୟରୁ ଜଣଙ୍କର ବୟଷ ତିନି ବର୍ଷ ହୋଇଥିବା ବେଳେ ଅନ୍ୟଜଣକର ଛଅ ବର୍ଷ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ ମୁକାନପାଲ୍ଲୀ ଗ୍ରାମର ଉପେଲ ଗଙ୍ଗାଙ୍କ ସ୍ତ୍ରୀ ଘରଠାରୁ ପାଂଚଶହ ମିଟର ଦୁରରେ ଥିବା ବିଲକୁ ଧାନ କାଟିବାକୁ ଯାଇଥିବା ବେଳେ ସାଙ୍ଗରେ ଏହି ଦୁଇ ଭଉଣୀ ଯାଇଥିଲେ । ମା ବିଲରେ ଧାନକାଟୁଥିବା ସମୟରେ ଏହି ଦୁଇ ଭଉଣୀ ପାଖରେ ଥିବା ଏକ ଗାଡିଆ ବା ଚୁଆ ନିକଟରେ ବସିଥିଲେ । ଏହି ସମୟରେ ସାନ ଝିଅଟି ଖେଳୁଖେଳୁ ଚୁଆ ପାଣିଭିତରେ ପଡିଯାଇଥିଲା ଭଉଣୀ ପାଣିରେ ବୁଡିଯାଇଥିବା ଦେଖି ବଡ ଭଉଣୀ ତାକୁ ରକ୍ଷାକରିବାପାଇଁ ପାଣିକୁ ଯାଇଥିଲା । ତେବେ ଉକ୍ତ ଗାଡିଆରେ ପାଣି ଅଧିକ ଥିବାରୁ ଦୁଇ ଭଉଣୀ ବୁଡିଯାଇ ଉଭୟଙ୍କ ମୃତ୍ୟୁ ଘଟିଥିଲା । କିଛି ସମୟ ପରେ ମା ଆସି ଖୋଜାଖୋଜି କରିବା ପରେ ପାଣି ଭିତରୁ ଦୁଇ ଶିଶୁଙ୍କୁ ଉଦ୍ଧାର କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପଂହଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶିଶୁମାନଙ୍କର ଶବ ବ୍ୟବଛେଦ ନିମନ୍ତେ କାଲିମେଳା ମେଡିକାଲକୁ ପଠାଇଛି । ଦୁଇ ନାବାଳିକାଙ୍କ ଅକାଳ ବିୟୋଗରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

  • Tags:

Subscribe

National International State Sports Entertainment