ଭୁବନେଶ୍ବର, ଏପ୍ରିଲ ୦୮ (ଖବର ଓଡ଼ିଶା):
ଭୁବନେଶ୍ୱର ସିଆରପି ଓଭର ବ୍ରିଜ୍ ଉପରେ ଦୁର୍ଘଟଣାରେ ୨ଜଣ ଆହତ ହୋଇଥିବାବେଳେ ଜଣେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ଦୁର୍ଘଟଣାରେ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନାନୁସାରେ, ଭାରସାମ୍ୟ ହରାଇ ଏକ ଲୁହା ବୋଝେଇ ଟ୍ରକକୁ ଆଉ ଏକ ଟ୍ରକ ଧକ୍କା ଦେଇଥିଲା । ୩ଟି ଟ୍ରକ ପରସ୍ପର ସହ ଧକ୍କା ହୋଇଛନ୍ତି । ପ୍ରଥମ ଟ୍ରକଟି ହଠାତ୍ ବ୍ରେକ ମାରିବାରୁ ପଛକୁ ପଛ ଆଉ ୨ଟି ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ।
ପ୍ରଥମ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ରହିଛି । ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।