Home >
ପୁରୀରେ ପୁଣି ଥାର୍ଡ ଡିଗ୍ରୀ, ବ୍ରାଉନସୁଗର ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତକୁ ନିସ୍ତୁକ ପିଟିଲା ପୋଲିସ
Khabar Odisha:Third-degree-again-in-Puri-homey-perpetrator-was-arrested
ପୁରୀ, ନଭେମ୍ବର ୨୨ (ଖବର ଓଡ଼ିଶା):

ପୁରୀ ଜିଲ୍ଲାରେ ନିକଟରେ ହାଜତରେ ମୃତ୍ୟୁ ମାମଲାକୁ ନେଇ ପୋଲିସ ବିବାଦ ଘେରକୁ ଆସିଥିବାବେଳେ ଆଉ ଏକ ଥାର୍ଡ ଡିଗ୍ରୀ ଅଭିଯୋଗ ସାମ୍ନାକୁ ଆସିଛି । ବ୍ରାଉନସୁଗାର ମାମଲାରେ ଗୁରୁବାର ଗିରଫ ହୋଇଥିବା ଅଭିଯୁକ୍ତ ୨ ଭାଇଙ୍କୁ ପୋଲିସ ପିଟିପିଟି ମାଂସ ଉତ୍ତାରି ଦେଇଥିବା ଅଦାଲତଙ୍କ ନିକଟରେ ଅଭିଯୋଗ ହୋଇଛି । ଫଳରେ ଏନେଇ ଟାଉନ୍‌ଥାନା ଆଇଆଇସି ଓ ମାମଲାର ଆଇଓଙ୍କ ଉପରେ ଅଦାଲତ ବର୍ଷିଥିବା ସୂଚନା ମିଳିଛି।

ସୂଚନାନୁସାରେ, ଗୁରୁବାର ଟାଉନ୍ ଥାନା ଅଧିନ ଚୁଡଙ୍ଗ ସାହିର ମହେନ୍ଦ୍ର ସାହୁ (୩୫) ଓ ତାଙ୍କ ଭାଇ ରାଜେନ୍ଦ୍ର ସାହୁ (୩୦) ବ୍ରାଉନସୁଗାର ମାମଲାରେ ଗିରଫ ହୋଇଥିଲେ। ସେମାନଙ୍କ ନିକଟରୁ ୩୦୦ ଗ୍ରାମର ବ୍ରାଉନସୁଗର ଜବତ କରାଯାଇଥିଲା। ୧୯ ତାରିଖ ସନ୍ଧ୍ୟାରେ ଉଭୟଙ୍କୁ କୋର୍ଟ ଚାଲାଣ କରିଥିଲା ପୋଲିସ। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ପଠାଇ ଦିଆଯାଇଥିଲା।

ପୋଲିସ ସେଠାରେ ଦୁଇ ଭାଇଙ୍କୁ ନିର୍ମମ ଭାବରେ ମାରି ଦେହରୁ ମାଂସ ଖସାଇ ଦେଇଛି। ଜିଲ୍ଲା ଜଜ୍‌ଙ୍କ ନିକଟରେ ପୁଟ୍‌ଅପ୍ ହେବାବେଳେ ଏହି ଦୁଇ ଭାଇ ପୋଲିସର ଥାର୍ଡ ଡିଗ୍ରୀ ସମ୍ପର୍କରେ ଅଦାଲତଙ୍କ ନିକଟରେ କହିଥିଲେ । ଏପରିକି ଡାକ୍ତର ଚିକିତ୍ସାଗତ କାଗଜପତ୍ରରେ ସୁସ୍ଥ ଥିବା ଦର୍ଶାଇଛନ୍ତି। ଫଳରେ ଟାଉନ୍ ଥାନା ଆଇଆଇସି ଓ ମାମଲାର ଆଇଓଙ୍କ ଉପରେ ଅଦାଲତ ବର୍ଷିଥିବା ବେଳେ ଡାକ୍ତର, ଭାରପ୍ରାପ୍ତ ଅଧିକାରୀ ଏବଂ ଆଇଓଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ସେପଟେ ଅଭିଯୁକ୍ତଙ୍କ ଓକିଲ ଅଭିଯୋଗ କରିଛନ୍ତି ଯେ, ଏହି ଦୁଇ ଭାଇଙ୍କୁ ପୋଲିସ ଦୀପାବଳି ଠାରୁ ଉଠାଇ ନେଇଛି।

  • Tags:

Subscribe

National International State Sports Entertainment