ଦୁଇ ସମଲିଙ୍ଗି ଭଉଣୀଙ୍କ ମଧ୍ୟ ଗଢି ଉଠିଲା ପ୍ରେମ ସମ୍ପର୍କ, ଘରୁ ପଳାଇ ମନ୍ଦିରରେ କଲେ ବିବାହ ନୋଏଡା, ମେ 16(ଖେବର ଓଡିଶା): Share story: କୁହାଯାଏ ଜାତି,ଧର୍ମ,ବର୍ଣ୍ଣ,ଲିଙ୍ଗ ନିର୍ବିଶେଷରେ ପ୍ରେମ ହୋଇଥାଏ ଯାହାର ଜଳନ୍ତ ଉଦାହରଣ ବର୍ତ୍ତମାନ ନୋଏଡାର ଦନକୌର ଅଚଂଳରେ ଦେଖିବାକୁ ମିଳିଛି । ଦୁଇ ଜଣ ସମଲିଙ୍ଗି ଭଉଣୀ ଘରୁ ପଳାଇ ମନ୍ଦିରରେ ବିବାହ କରିଛନ୍ତି । ଘର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ୍ ସେମାନଙ୍କ ସନ୍ଧାନ ଲଗାଇ ଉଭୟ ଝିଅଙ୍କୁ ପୋଲିସର ସୁରକ୍ଷା ଅଧୀନରେ ନିଜ ଇଚ୍ଛାକୃତ ସ୍ଥାନକୁ ପଠାଇଛନ୍ତି । ସୁଚନା ଅନୁସାରେ ଏପ୍ରିଲ ୨୦ ରେ ଦନକୌର ଅଚଂଳରେ ଜଣେ ଝିଅ ନିଖୋଜ ହୋଇଯାଇଥିଲା। ପରିବାର ଲୋକେ ତାଙ୍କୁ ଅନେକ ଦିନ ଧରି ଖୋଜାଖୋଜି କରିଥିଲେ, କିନ୍ତୁ ପାଇନଥିଲେ । ପରେ ପରିବାର ଲୋକ କୋଟୱାଲିରେ ଅଭିଯୋଗ କରିଥିଲେ । ଅନ୍ୟପକ୍ଷରେ, ସେହି ଦିନ ଦିଲ୍ଲୀର ଆମ୍ବେଦକର ନାଗର ପୋଲିସ ଷ୍ଟେସନ ଅଞ୍ଚଳରୁ ଅନ୍ୟ ଜଣେ ଝିଅ ନିଖୋଜ ହୋଇଯାଇଥିଲେ। ତାଙ୍କ ପରିବାର ସଦସ୍ୟ ମଧ୍ୟ ଆମ୍ବେଦକର ନାଗର ପୋଲିସ ଷ୍ଟେସନରେ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। କିନ୍ତୁ ପରେ ଜଣାପଡ଼ିଲା ଏହି ଦୁଇ ଝିଅ ମାମୁଁ ଝିଅ ଭଉଣୀ ଅଟନ୍ତି ଏବଂ ପରସ୍ପରକୁ ଭଲପାଆନ୍ତି ଓ ସାରା ଜୀବନ ଏକାଠି ରହିବା ପାଇଁ ଚାହାନ୍ତି । ପରେ ପୋଲିସର ମିଳିତ ତଦନ୍ତରେ ଦୁଇ ଝିଅଙ୍କୁ ଖୋଜିବାରେ ସଫଳ ହୋଇଥିଲେ । ତେବେ ବର୍ତ୍ତମାନ ଅଧିକାରୀମାନେ ଉଭୟ ଝିଅଙ୍କୁ ପୋଲିସର ସୁରକ୍ଷା ଅଧୀନରେ ନିଜ ଇଚ୍ଛାକୃତ ସ୍ଥାନକୁ ପଠାଇଛନ୍ତି । ଖବର ଓଡ଼ିଶା, Reporter, 16/05/2022