Home >
କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ଲୋକମାନଙ୍କ ଶବ ସଂସ୍କାର କରିବେ ରାଜ୍ୟ ସରକାର
Khabar Odisha:The-state-government-will-bury-the-bodies-of-those-who-died-of-corona-disease
ଭୁବନେଶ୍ୱର, ଏପ୍ରିଲ ୦୭ (ଖବର ଓଡ଼ିଶା):

କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ ନିଷ୍ପତି ନିଆଯାଇଛି । କରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ବ୍ୟକ୍ତିମାନଙ୍କର ଶବ ସଂସ୍କାର ଏଣିକି ରାଜ୍ୟ ସରକାର କରିବେ। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନିଦ୍ଦେର୍ଶନାମା ଜାରି କରାଯାଇଛି । ଏହି ନିଦ୍ଦେର୍ଶନାମା ଆଧାରରେ କରୋନା ସଂକ୍ରମିତ ଯେଉଁ ହସ୍ପିଟାଲରେ ମୃତ୍ୟୁବରଣ କରିଥିବେ, ସେଠାରେ ମେଡିକାଲ ଟିମ ଦ୍ୱାରା ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଡାକ୍ତରଖାନା ପକ୍ଷରୁ ମରଶରୀରକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ ।

ଏହା ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର କରୋନା ସଂକ୍ରମଣରେ ମୃତ ବ୍ୟକ୍ତିଙ୍କ ଶବ ସଂସ୍କାର କରିବେ । ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ସରକାରଙ୍କ କୋଭିଡ-୧୯ର ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

  • Tags:

Subscribe

National International State Sports Entertainment