Home >
ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା 80 କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କର ତଥ୍ୟ ଦେଲେ ସରକାର, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଜଣ ଚିହ୍ନଟ ହୋଇଛନ୍ତି ?
Khabar Odisha:The-government-has-released-information-on-80-corona-patient-who-diagnosed-in-the-state-today
ଭୁବନେଶ୍ୱର, ମେ ୨୩ (ଖବର ଓଡ଼ିଶା):

ରାଜ୍ୟରେ ଆଜି ଆଉ ୮୦ ଜଣ ନୂତନ କୋରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯କୁ ବୃଦ୍ଧି ।

ଆଜି ଚିହ୍ନଟ ହୋଇଥିବା 80 ଜଣ କରୋନା ଆକ୍ରାନ୍ତ ରୋଗୀଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪୧ ରେ ପହଁଞ୍ଚିଛି ।

ସେହିଭଳି ଯାଜପୁର ଜିଲ୍ଲାରେ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩୯ରେ ପହଁଞ୍ଚିଲା । ପୁରୀରେ ଆଜି ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୫ ରେ ପହଁଞ୍ଚିଛି । ବାଲେଶ୍ବରରେ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ମୋଟ ସଂଖ୍ୟା ୧୨୮ରେ ପହଁଞ୍ଚିଛି ।

ଝାରସୁଗୁଡ଼ାରେ ୩ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୫ରେ ପହଁଞ୍ଚିଛି । ଗଜପତି ଜିଲ୍ଲାରେ ଆଜି ପ୍ରଥମ ଥର ପାଇଁ ରେ ୪ ଜଣ କରୋନା ପଜଟିଭ ଚିହ୍ନଟ ହୋଇଛନ୍ତି ଓ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଆଜି ପ୍ରଥମ ଥର ପାଇଁ ଜଣେ ନୂତନ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି ।

ବଲାଙ୍ଗିର ଜିଲାରେ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ମୋଟ ସଂଖ୍ୟା ୯ରେ ପହଁଞ୍ଚିଲା । ମାଲକାନଗିରିରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋବା ପରେ, ମୋଟ ସଂଖ୍ୟା ୮ରେ ପହଁଞ୍ଚିଲା । କନ୍ଧମାଳରେ ୨ ଆକ୍ରାନ୍ତ ଚିହ୍ନଟ ହେବା ପରେ, ମୋଟ ସଂଖ୍ୟା ୫ରେ ପହଁଞ୍ଚିଲା, କଟକରୁ ଆଜି ପୁଣି ଜଣେ କରୋନା ରୋଗୀ ଚିହ୍ନଟ ହେବା ପରେ କଟକ ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 57ରେ ପହଁଞ୍ଚିଥିବା ଜଣାପଡିଛି ।

  • Tags:

Subscribe

National International State Sports Entertainment