Home >
ଗର୍ଭପାତର ସମୟ ସୀମାକୁ ବୃଦ୍ଧି କଲେ କେନ୍ଦ୍ର ସରକାର
Khabar Odisha:The-federal-government-has-extended-the-deadline-for-abortions
ନୂଆଦିଲ୍ଲୀ, ଅକ୍ଟୋବର ୧୪(ଖବର ଓଡିଶା):

ଏଣିକି ବାରତରେ ଗର୍ଭ ଧାରଣର ୨୪ ସପ୍ତାହ ଯାଏ ଏହାକୁ ନଷ୍ଟ କରିହେବ । ଏଥିପାଇଁ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ମାତ୍ର ପୂର୍ବରୁ ଏହା ୨୦ ସପ୍ତାହ ଥିଲା । ତେବେ ଏହା ପରିବର୍ତ୍ତିତ ହୋଇଛି । ନିୟମ ଅନୁସାରେ କେବଳ ନିର୍ଦ୍ଦିଷ୍ଟ ବର୍ଗର ମହିଳାଙ୍କ ପାଇଁ ଲାଗୁ ହେବ । 

ଅନ୍ୟମାନଙ୍କ ପାଇଁ ପୂର୍ବଭଳି ୨୦ ସପ୍ତାହର ମାନଦଣ୍ଡ ରହିଛି । ଗର୍ଭ ଧାରଣର ୨୦ ସପ୍ତାହ ପରେ କୌଣସି ସାଧାରଣ ମହିଳା ଗର୍ଭପାତ କଲେ ଏହାକୁ ଅପରାଧ ଭାବେ ବିବେଚନା କରାଯିବ । ନିୟମ ଅନୁସାରେ କେବଳ ଯୌନ ଶୋଷଣ, ଦୁର୍ଷ୍କମ ପୀଡିତା, ନାବାଳିକା, ଗର୍ଭବତୀ ଥିବା ବେଳେ ବିଧବା କିମ୍ବା ବିବାହ ବିଚ୍ଛେଦ ହେଉଥିବା ମହିଳା ଓ ଦିବ୍ୟାଙ୍ଗ ମହିଳାଙ୍କ ପାଇଁ ଗର୍ଭପାତର ଅବଧିକୁ ୨୪ ସପ୍ତାହ କରାଯାଇଛି । 

ସେହିପରି ମାନସିକ ରୋଗରେ ଆକ୍ରାନ୍ତ ମହିଳା ମଧ୍ୟ ଏହି ନିୟମର ବ୍ୟବହାର କରିପାରିବେ । ସରକାରଙ୍କ ପକ୍ଷରୁ ଯଦି କୌଣସି ମହିଳା ବିପର୍ଯ୍ୟୟ କିମ୍ବା ଜରୁରୀକାଳୀନ ସ୍ଥିତିରେ ରହିଛନ୍ତି ବୋଲି ଘୋଷଣା କରାଯାଏ ତେବେ ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରାଇପାରିବେ । ଚଳିତ ବର୍ଷ ମାର୍ଚ୍ଚରେ ଏସଂକ୍ରାନ୍ତ ବିଲ୍ ସଂସଦରେ ପାରିତ ହୋଇଥିଲା । ଏବେ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

  • Tags:

Subscribe

National International State Sports Entertainment