Home >
ଦେଶବ୍ୟାପୀ ଲକଡାଉନକୁ ଜୁଲାଇ ୧୭ ଯାଏ ବୃଦ୍ଧି କଲା ବ୍ରିଟେନ୍
Khabar Odisha:The-UK-extended-the-nationwide-lockdown-to-July-16
ବ୍ରିଟେନ , ଜାନୁଆରୀ 24 (ଖବର ଓଡ଼ିଶା):

ବ୍ରିଟେନ ରେ କରୋନାରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ପାଖାପାଖି ଥିବାବେଳେ ୩୬ ଲକ୍ଷ ପଜିଟିଭ୍ କେସ୍ ସାମନାକୁ ଆସିଛି । ବ୍ରିଟେନରେ ଏବେ ଯାଏ ପ୍ରଥମ ପର‌୍ୟ୍ୟାୟରେ ୫.୩୮ ଲକ୍ଷ ଲୋକଙ୍କୁ କୋଭିଡ୍ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି । ନୂଆ ଷ୍ଟ୍ରେନ୍ ଯୋଗୁଁ ସଂକ୍ରମଣ ବଢ଼ୁଥିବାରୁ ମୃତ୍ୟୁହାର ବଢ଼ିବାର ଆଶଙ୍କା କରାଯାଉଛି । ତେବେ ଏହି ଘଟଣା ଏବେ ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ପାଲଟିଛି । ତେବେ ଏହାକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ଲକଡାଉନକୁ ଜୁଲାଇ ୧୭ ଯାଏ ବୃଦ୍ଧି କରାଯାଇଛି । ଏହି ସମୟରେ ପବ୍, ରେସ୍ତୋରାଁ, ଦୋକାନ ଏବଂ ସର୍ବସାଧାରଣ ସ୍ଥାନ ବନ୍ଦ ରହିବ ଏଥିସହ ଅଧିକ ବିପଦ ଥିବା ଦେଶକୁ ଯିବାଆସିବା କରୁଥିବା ଯାତ୍ରୀଙ୍କୁ ଅତିକମରେ ୧୦ ଦିନ କ୍ୱାରେଣ୍ଟାଇନରେ ରଖିବା ଲାଗି ନିଷ୍ପତ୍ତି ନେଇଛି ବ୍ରିଟେନ୍ ।

  • Tags:

Subscribe

National International State Sports Entertainment