ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ସିବିଆଇ ଜୋରସୋରରେ ତଦନ୍ତ ଆରମ୍ଭ କରିଦେଇଛି । ଆଜି ତଦନ୍ତର ତୃତୀୟ ଦିନରେ ସିବିଆଇ ଟିମ୍ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ କରିପାରେ । ମନୁଷ୍ୟକୃତ ଭୁଲ ଯୋଗୁ ଦୁର୍ଘଟଣା ହୋଇଥିବା କୁହାଯାଉଥିବା ବେଳେ ସିବିଆଇ ଏହା ଉପରେ ଅଧିକ ତନାଘନା ଚଳାଇଛି । ଦୁର୍ଘଟଣା ଦିନ ବାହାନଗା ରେଳ ଷ୍ଟେସନରେ ଡ୍ୟୁଟିରେ ଥିବା ସବୁ ରେଳ ଅଧିକାରୀ ଏବଂ କର୍ମଚାରୀଙ୍କୁ ଗତକାଲି ପଚରାଉଚରା କରାଯାଇଛି । ଏଥି ସହ ଗତ କିଛି ମାସ ମଧ୍ୟରେ ଷ୍ଟେସନରେ ଲାଗିଥିବା ଯାନ୍ତ୍ରିକ ଉପକରଣ ଉପରେ ସିବିଆଇ ସିବିଆଇର ଟେକ୍ନିକାଲ ଏକ୍ସପର୍ଟ ଏବଂ ଫରେନସିକ୍ ଟିମ୍ ମିଳିତ ଭାବେ ରେଲୱେ ଟ୍ରାକର ତଥ୍ୟ ସଂଗ୍ରହ କରିଛନ୍ତି । ଏଥିସହ ରିଲେ ରୁମ ଏବଂ ଷ୍ଟେସନ ମାଷ୍ଟରଙ୍କ ରୁମରେ ମଧ୍ୟ ଛାନଭିନ କରିଛି ସିବିଆଇ ।