Home >
ଦଶମ ଶ୍ରେଣୀ ଛାତ୍ରକୁ ଟାଙ୍ଗିଆ ଚୋଟରେ ହତ୍ୟା, ଜମିଜମା ବିବାଦକୁ ନେଇ ହତ୍ୟାକାଣ୍ତ
Khabar Odisha:Tenth-grader-killed-in-Tangier-scandal-land-dispute
ମୟୂରଭଞ୍ଜ, ଜୁନ ୧୧ (ଖବର ଓଡ଼ିଶା):

ମୋରଡା ଥାନା ଅନ୍ତର୍ଗତ ମହୁଲବଣୀ ଗାଁରେ ଜଣେ ଦଶମ ଶ୍ରେଣୀ ଛାତ୍ରକୁ ଗୋଡାଇ ଗୋଡାଇ ଟାଙ୍ଗିଆରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘରୋଇ ଜମିଜମା ବିବାଦ ହୋଇଥିବା ଗଣ୍ଡଗୋଳ ପାଇଁ ଏଭଳି ଘଟଣା ହୋଇଥିବା ପୋଲିସ ସନ୍ଦେହ କରୁଛି ।

ସୂଚନା ଅନୁସାରେ, ମୃତକ ଜଣକ ହେଲେ ଉକ୍ତ ଗାଁର ହରେକୃଷ୍ଣ ମହାନ୍ତ। ସେ ଦଶମ ଶ୍ରେଣୀରେ ପଢନ୍ତି। ତାଙ୍କର ଗୋଚର ଜମିରେ ଘର କରିବାକୁ ନେଇ କିଛି ଲୋକଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଫଳରେ କିଛି ଦୁର୍ବୃତ୍ତ ହରେକୃଷ୍ଣଙ୍କୁ ଗୋଡାଇ ଗୋଡାଇ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣାପଡିଛି।

ଏହି ହତ୍ୟା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିବଥିବାବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ରହିଥିବା ସୂଚନା ମିଳିଛି ।

  • Tags:

Subscribe

National International State Sports Entertainment