Home >
ପେଗାସସ୍ ଗୁପ୍ତଚର ପ୍ରସଙ୍ଗରେ ରାଜ୍ୟ ସଭାରେ ଆଇଟି ମନ୍ତ୍ରୀଙ୍କ ବିବୃତ୍ତି ସମୟରେ ମନ୍ତ୍ରୀଙ୍କ ହାତରୁ କଗଜକୁ ଛଡାଇ ଚିରିଲେ ଟିଏମସି ସାସଂଦ
Khabar Odisha:TMC-MP-snatches-paper-from-ministers-hand-during-IT-ministers-statement-in-Rajya-Sabha-over-Pegasus-spying

ନୁଆଦିଲ୍ଲୀ/, ଜୁଲାଇ ୨୨(ଖବର ଓଡ଼ିଶା): ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈ ଷ୍ଣବ ଇସ୍ରାଏଲର ଏକ କମ୍ପାନୀ ଗୁପ୍ତଚର ପେଗାସସ୍ ବ୍ୟବହାର କରି ଗୁପ୍ତଚର ସମ୍ପର୍କରେ ଆଜି ରାଜ୍ୟ ସଭାରେ ବିବୃତ୍ତି ପଢୁଥିବା ବେଳେ ବିରୋଧୀ ଟିଏମସି ସାଂସଦ ମନ୍ତ୍ରୀଙ୍କ ହାତରୁ ସେ ପଢୁଥିବା କଗଜକୁ ଛଡାଇ ଆଣି ଚିରି ଗୃହ ଅଧ୍ୟକ୍ଷଙ୍କ ପାଖକୁ ଫୋପାଡିଛନ୍ତି । 

ଏହି ପ୍ରସଙ୍ଗରେ ବିବୃତ୍ତି ଦେବାକୁ ବୈଷ୍ଣବଙ୍କୁ ଡକାଯାଉଥିବାରୁ ଟିଏମସି ଏବଂ ଅନ୍ୟ ବିରୋଧୀ ଦଳର ସଦସ୍ୟମାନେ ସ୍ଲୋଗାନ ଦେଇ ଗୃହ ଭିତରକୁ ପଶିଥିଲେ ଏବଂ ମନ୍ତ୍ରୀ ଦେଉଥିବା ବିବୃତ୍ତିର କାଗଜପତ୍ର ଚିରି ଦେଇଥିଲେ।

ଅତୀତରେ ସୁପ୍ରିମକୋର୍ଟ ସମେତ ସମ୍ପୃକ୍ତ ସମସ୍ତ ପକ୍ଷ ଏହି ଅଭିଯୋଗକୁ ଖାରଜ କରିଦେଇଛନ୍ତି। ଏହି ଅଭିଯୋଗର କୌଣସି ବାସ୍ତବ ଭିତ୍ତି ନାହିଁ ବୋଲି ବିରୋଧୀ ଦଳଙ୍କ ବିରୋଧ ମଧ୍ୟରେ ମନ୍ତ୍ରୀ ରାଜ୍ୟସଭାରେ କହିଛନ୍ତି।

ଟିଏମସି ସାଂସଦ ଶାନ୍ତନୁ ସେନ କେନ୍ଦ୍ର ମନ୍ତ୍ରୀଙ୍କ ବିବୃତ୍ତି ଛଡ଼ାଇ ନେଇ ଗୃହରେ ଉତ୍ତେଜନା ସୃଷ୍ଟି କରିଥିଲା ଯାହା ପରବର୍ତ୍ତୀ ସମୟରେ ଗୃହକାର୍ଯ୍ୟକୁ ଶୁକ୍ରବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।

  • Tags:

Subscribe

National International State Sports Entertainment