Home >
ଗଜପତି: ମୋହନାରେ ଗଭୀର ଗାତରେ ପଶି ଜୀବନ ହାରିଲେ ତିନି ଭାଇ
Khabar Odisha:State-Three-brothers-end-live-in-six-feet-hole-in-home-in-Mohona-area-of-Gajapati-district

ଭୁବନେଶ୍ୱର, ମେ ୨୩ (ଖବର ଓଡ଼ିଶା): ଗଭୀର ଗାତରେ ପଶି କାମ କରିବା ତିନି ଭାଇଙ୍କ ପାଇଁ କାଳ ହୋଇଛି । ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ଏହି ଅଭାବନନୀୟ ଘଟଣା ଘଟିଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁସାରେ ତିନି ଭାଇ ୬ ଫୁଟ ଗଭୀର ଗାତରେ ପଶିଥିଲେ । 

ମୋହନା ବ୍ଲକ ଅନ୍ତର୍ଗତ ବଡବା ଥାନା ବିରିକୋଟ ଗାଁରେ ମୃତ୍ୟୁ ହୋଇଥିବା ତିନି ଭାଇଙ୍କର ବୟସ ଯଥାକ୍ରମେ ୨୪, ୨୭ ଓ ୩୦ ବର୍ଷ ବୋଲି କୁହାଯାଉଛି । ଗଭୀର ଗାତ ଭିତରକୁ ପ୍ରଥମେ ମଝିଆ ଭାଇ ପ୍ରବେଶ କରିଥିଲେ । ସେ ବହୁ ସମୟ ପର୍ଯ୍ୟନ୍ତ ନ ବାହାରିନଥିଲେ । ମାଝିଆ ଭାଇ ବହୁ ସମୟ ନବାହାରିବା ପରେ ବଡ଼ ଭାଇ ଓ ସାନଭାଇ ମଧ୍ୟ ଗାତ ଭିତରକୁ ପ୍ରବେଶ କରିଥିଲେ । 

ତିନି ଭାଇ ବହୁ ସମୟ ଧରି ଗାତ ଭିତରୁ ବାହାରି ନଥିଲେ । ଫଳରେ ପରିବାର ଲୋକଙ୍କର ଚିନ୍ତା ବଢ଼ିଥିଲା । ଶେଷରେ ଗ୍ରାମାବାସୀଙ୍କ ଦ୍ୱାରା ତିନି ଭାଇଙ୍କୁ ଗାତ ଭିତରୁ ବାହାର କରାଯାଇଥିଲା । କିନ୍ତୁ ସେତେବେଳକୁ ସେମାନଙ୍କର ଅବସ୍ଥା ଗୁରୁତର ଥିଲା । ସେମାନଙ୍କୁ ମୋହନାସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତିନିଭାଇଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ମୃତ୍ୟୁର କାରଣ ଜଣାପଡ଼ି ନଥିବା ବେଳେ, ପୋଲିସ ଘଟଣାର ତଦନ୍ତ କରୁଛି । 

 

  • Tags:

Subscribe

National International State Sports Entertainment