ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ରାଜ୍ୟ ବିଜେପି ବଡ଼ ରକ୍ତ ଦାନ ଶିବିରଆୟୋଜିତ କରିବ । ଏନେଇ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।
ରାଜ୍ୟ ବିଜେପି ସଭାପତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ଯାଏଁ ମାସେ ବ୍ୟାପୀ ପାଳନ କରିବୁ । ଏହି ଅବଧି ମଧ୍ୟରେ ସେବା କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଛି । ସ୍କୁଲ୍ କଲେଜରେ କାର୍ଯ୍ୟକ୍ରମ, ପଥପ୍ରାନ୍ତ ନାଟକ, ସଂକଳ୍ପ ଯାତ୍ରା ଆୟୋଜନ କରାଯିବ । ୧୭ ତାରିଖ ସନ୍ଧ୍ୟାରେ ରାଜ୍ୟର ସମସ୍ତ ଲାଭାର୍ଥୀଙ୍କ ଘରେ ଦୀପ ପ୍ରଜ୍ଜ୍ୱଳନ କରାଯିବ । ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରତ୍ୟେକ ସ୍କୁଲ, କଲେଜରେ ଚିତ୍ରାଙ୍କନ ଏବଂ ଭାଷଣ ପ୍ରତିଯୋଗିତା ହେବ । ଭାଷଣ ପ୍ରତିଯୋଗିତା ସମୟରେ ବିଧାୟକ ଏବଂ ଜନ ପ୍ରତିନିଧି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । କେବଳ ସେତିକି ନୁହେଁ, ଅଙ୍ଗନବାଡି କେନ୍ଦ୍ରରେ ବିଭିନ୍ନ ପ୍ରତିଯୋଗିତା କରାଯିବ । ରାସ୍ତା ଏବଂ ଛକରେ ନମୋ ସେବା ଗାଥା ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହେବ । ପିଏମ ମୋଦୀଙ୍କ ଶାସନର ୨୫ ବର୍ଷରେ ୨୫ ସେବାକୁ ନେଇ ନେତା ତଳସ୍ତରକୁ ଯିବେ।ରାଷ୍ଟ୍ରୀୟ ଅଧ୍ୟକ୍ଷ ମୋଦିଜୀଙ୍କ ଜନ୍ମଦିନ ଏକ ମାସ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି ବୋଲି ମନମୋହନ ସାମଲ କହିଛନ୍ତି ।