Home >
ଇଣ୍ଡିଜ ବିପକ୍ଷରେ ୨୭ ରନ କଲେ ରୋହିତ-କୋହଲିଙ୍କ ନାମରେ ହେବ ଏକ ବଡ଼ ରେକର୍ଡ
Khabar Odisha:Sports-cricket-odisha-india-vs-west-indies-3rd-odi-rohit-and-virat-partnership-record-indian-cricket-team
ନୂଆଦିଲ୍ଲୀ,ଅଗଷ୍ଟ୧୪(ଖବର ଓଡ଼ିଶା):

 ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ନଜର ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଶେଷ ଦିନିକିଆରେ ଏକ ନୂତନ ରେକର୍ଡ କରିବା ଉପରେ ରହିଛି। କୋହଲି-ଶର୍ମାଙ୍କ ଯୋଡ଼ିକୁ ଦିନିକିଆ କ୍ରିକେଟରେ ଓ୍ଵେଷ୍ଟଇଣ୍ଡିଜ  ବିପକ୍ଷରେ ୧୦୦୦ ରନର ଭାଗିଦାରୀ କରିବା ପାଇଁ କେବଳ ୨୭ ରନ ଦରକାର।

ଯଦି କୋହଲି-ଶର୍ମା ଏହି ରେକର୍ଡ କରିବାରେ ସଫଳ ହୁଅନ୍ତି ତେବେ ଦିନିକିଆ କ୍ରିକେଟରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ୧୦୦୦ ରନ ଭାଗିଦାରୀ କରିବାରେ  ପ୍ରଥମ ଯୋଡ଼ି ହେବାର ସଫଳତା ହାସଲ କରିବେ। ଗତ ମ୍ୟାଚରେ ଉଭୟ ତୃତୀୟ ଓ୍ଵିକେଟ୍ ପାଇଁ ୭୪ ରନ ଯୋଡ଼ିଥିଲେ। ଉକ୍ତ ମ୍ୟାଚରେ କୋହଲି ଦିନିକିଆ କ୍ୟାରିୟରରେ ୪୨ତମ ଶତକ ହାସଲ କରିଥିଲେ। ରୋହିତ ୧୮ ରନ କରିଥିଲେ।

Subscribe

National International State Sports Entertainment