Home >
ଶିମିଳିପାଳ ଅଭୟାରଣ୍ୟ ଫରେଷ୍ଟଗାର୍ଡ ହତ୍ୟା ଘଟଣା : ୩ ଶିକାରୀ ଗିରଫ
Khabar Odisha:Shimilipal-Sanctuary-Forest-Guard-Killing-Incident-3-Poachers-Arrested
ଖବର ଓଡିଶା : 26/05/2023

ଶିକାରୀ ଗୁଳିରେ ଫରେଷ୍ଟଗାର୍ଡଙ୍କ ମୃତ୍ୟୁ ଘଟଣା । ପୋଲିସର କମ୍ବିଂରେ ୩ ଶିକାରୀ ଗିରଫ, ୧୦ ବନ୍ଧୁକ ଜବତ । ଗତ ରାତିରେ ପୋଲିସର ସ୍ବତନ୍ତ୍ର ଟିମ୍ ଶିମିଳିପାଳ ନିକଟ ଗାଁରେ କମ୍ବିଂ ଚଳାଇଥିଲା ।  ଗୁରୁବାର ରାତିରେ ପୁଲିସର ସ୍ୱତନ୍ତ୍ର ଟିମ୍ ଶିମିଳିପାଳ ନିକଟ ଗାଁରେ ଅପରେସନ ଚଳାଇବା ବେଳେ ଏହି ସଫଳତା ମିଳିଛି । ଘଟଣାକୁ ମିଶାଇ ପୁଲିସ ମୋଟ ୬ ଶିକାରୀଙ୍କୁ ଧରିବା ସହିତ ୧୦ଟି ଦେଶୀ ବନ୍ଧୁକ ଜବତ କରିଛି ।

ସୂଚନା ଅନୁସାରେ, ଗତ ୨୨ ତାରିଖରେ ଶିକାରୀଙ୍କ ଗୁଳିରେ ଫରେଷ୍ଟଗାର୍ଡ ବିମଳ ଜେନାଙ୍କର ମୃତ୍ୟୁ ହୋଇଥିଲା। ଶିକାରୀଙ୍କଠାରୁ କୁଟୁରା ମାଂସ ଜବତ କରିବା ସହ ରେଞ୍ଜରଙ୍କୁ ଫୋନ୍ କରିଥିଲେ ବିମଳ । ସେପଟେ ଫରେଷ୍ଟ ଗାର୍ଡ ଥିବା ପତ୍ନୀ ଫୋନ୍ ଉଠାଇଥିବାରୁ ଶିକାରୀଙ୍କ ବିଷୟରେ ଜଣାଇବା ବେଳେ ଶିକାରୀଙ୍କ ଗୁଳିରେ ସେଇଠି ଟଳି ପଡ଼ିଥିଲେ ବିମଳ । ଗୁଳି ଶବ୍ଦ ଶୁଣି ସାଥୀ କର୍ମଚାରୀ  ତାଙ୍କୁ ଉଦ୍ଧାର ପାଇଁ ଆସିବା ସମୟରେ ମାରଣାସ୍ତ୍ର ସହିତ ଥିବା ଶିକାରୀଙ୍କୁ ମୁକାବିଲା କରିପାରିନଥିଲେ । ଶିକାରୀମାନେ ଦୀର୍ଘ ସମ ଧରି ମୃତ ବିମଲଙ୍କୁ ଜଗି ରହିଥିଲେ । ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀ ସୂଚନା ଦେବା ପରେ ବିମଲଙ୍କୁ ପୁଲିସ ଓ ଅଧିକ ବନକର୍ମଚାରୀ ପହଞ୍ଚି ଉଦ୍ଧାର କରିଥିଲେ ।

Subscribe

National International State Sports Entertainment