Home >
ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ସେକ୍ସ ରାକେଟ ଅଭିଯୋଗ, ତଦନ୍ତ ସଠିକ ଭାବରେ ହେବ କହିଲେ କମିଶନ ଅଧ୍ୟକ୍ଷା
Khabar Odisha:Sex-racket-in-bhubaneswar-
ଭୁବନେଶ୍ୱର, ଜାନୁଆରୀ 24 (ଖବର ଓଡିଶା) :

ଭୁବନେଶ୍ୱରରେ ଭିନ୍ନକ୍ଷମଙ୍କୁ ଯୌନ ନିର୍ଯାତନା ଅଭିଯୋଗ । ପଳାଶପଲ୍ଲୀସ୍ଥିତ ନିଖିଳ ଉତ୍କଳ ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ସେକ୍ସ ରାକେଟ ଚାଲିଥିବା ଅଭିଯୋଗ ହୋଇଛି । ସେଥିରେ ତାଲିମ କେନ୍ଦ୍ରର ତଦାରଖ କରୁଥିବା ବାବୁଙ୍କୁ ଖୁସି କରାଇବାକୁ ଭିନ୍ନକ୍ଷମ ଯୁବତୀ ଓ ମହିଳା କର୍ମଚାରୀଙ୍କୁ ଏପରି ବ୍ୟବହାର କରାଯାଉଥିବା ଅଭିଯୋଗ  । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି  । ତେବେ ତଦନ୍ତ ସଠିକ ଭାବରେ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସ 

ଗତ ନଭେମ୍ବର ମାସରୁ ପୀଡିତା ନିଖିଳ ଉତ୍କଳ ଭିନ୍ନକ୍ଷମ ତାଲିମ କେନ୍ଦ୍ରର ସଂପାଦକ ସୁରେଶ ଚନ୍ଦ୍ର ବେହେରାଙ୍କ ନାଁରେ ମହିଳା ଥାନାରେ ଅଭିଯୋଗ କରିଛନ୍ତି  । ହେଲେ ଏ ଯାଏଁ କାର୍ଯ୍ୟାନୁଷ୍ଟାନ ହୋଇନାହିଁ   ଘଟଣା ସମ୍ପର୍କରେ ଭିନ୍ନକ୍ଷମ କମିଶନ ନିକଟରେ କେହି ଅଭିଯୋଗ କରିନାହାଁନ୍ତି  । ଭିଡିଓର ତର୍ଜମା କରି ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ   ଆସନ୍ତାକାଲି ଭିନ୍ନକ୍ଷମ କମିଶନ ଘଟଣାସ୍ଥଳ ଗସ୍ତ କରିବେ । ଯିଏ ଦୋଷୀ ସେ ନିଶ୍ଚିତ ଦଣ୍ଡ ପାଇବେ । ଏହା ଅତ୍ୟନ୍ତ ଲଜ୍ୟାଜନକ କଥା  । ଭିନ୍ନକ୍ଷମଙ୍କୁ ଶୋଷଣ କରିବାର କାହାର ଅଧିକାର ନାହିଁ । ଦିବ୍ୟଙ୍ଗଙ୍କ ସୁରକ୍ଷା କମିଶନଙ୍କ ଦାଇତ୍ୱ ବୋଲି କମିଶନ ଅଧ୍ୟକ୍ଷା କହିଛନ୍ତି ।

  • Tags:

Subscribe

National International State Sports Entertainment