Home >
ସାମ କରନଙ୍କ ନମୁନା କରୋନା ନେଗେଟିଭ ଚିହ୍ନଟ
Khabar Odisha:Sam-Curran-tests-negative-for-Covid-19
ଲଣ୍ଡନ, ଜୁଲାଇ ୦୩ (ଖବର ଓଡ଼ିଶା):

 ଇଂଲଣ୍ଡର ଯୁବ ଅଲରାଉଣ୍ଡର ସାମ କରନଙ୍କ ନମୁନା ନେଗେଟିଭ ଚିହ୍ନଟ ହୋଇଛି । ଅଭ୍ୟାସ ମ୍ୟାଚରେ ଟିମ ବଟଲର ପକ୍ଷରୁ ସମୟରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଆଇସୋଲେସନରେ ରଖାଯାଇଥିଲା । ଏହାପରେ ତାଙ୍କ ନମୁନା ପରୀକ୍ଷା ନିମନ୍ତେ ନିଆଯାଇଥିଲା ଏବଂ ଏହି ନମୁନା ନେଗେଟିଭ ଆସିଛି ବୋଲି ଇଂଲଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ମିଳିଛି । 


ଇଂଲଣ୍ଡ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଜୁଲାଇ ୮ ତାରିଖରୁ ଟେଷ୍ଟ ମ୍ୟାଚ ସିରିଜ ଆରମ୍ଭ ହେବାକୁ ଯାଉଛି । ତା ପୂର୍ବରୁ ଇଂଲଣ୍ଡ ଦଳ ମଧ୍ୟରେ ଦୁଇଟି ଦଳ କରାଯାଇ ଅଭ୍ୟାସ ମ୍ୟାଚ ଖେଳାଯାଉଥିଲା । ଏହି ସମୟରେ ସାମ କରନ ଅସୁସ୍ଥ ହୋଇଥିଲେ ।

  • Tags:

Subscribe

National International State Sports Entertainment