ଆସୁଥିବା ଲଘୁଚାପ ନେଇ ୩ଟି ଜିଲ୍ଲାକୁ ସତର୍କ କରାଇଲେ ଏସଆରସି,ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୁବନେଶ୍ବର, ଅଗଷ୍ଟ 17(ଖବର ଓଡ଼ିଶା): Share story: ଆସୁଥିବା ଲଘୁଚାପ ନେଇ ୩ଟି ଜିଲ୍ଲାକୁ ସତର୍କ କରାଇଲେ ଏସଆରସି । କେନ୍ଦୁଝର, ଭଦ୍ରକ ଓ ଯାଜପୁର ଜିଲ୍ଲାବାସୀଙ୍କୁ ସତର୍କ କରାଯାଇଛି । ବୈତରଣୀ ନଦୀ ଅବବାହିକାରେ ପ୍ରଚୁର ଜଳ ଆସୁଥିବାରୁ ଏସଆରସି ସତର୍କ କରାଇଛନ୍ତି । ଅନ୍ୟ ପଟେ ଆଜି ରାତିରୁ ୨୦ ତାରିଖ ସକାଳ ଯାଏଁ ବର୍ଷା ସମ୍ଭାବନା ଥିବା ମଧ୍ୟ କହିଛନ୍ତି । ବନ୍ୟାଜଳ ପାଇଁ ମହାନଦୀ, ଦେବୀ, କୁଶଭଦ୍ରା ଓ ବ୍ରାହ୍ମଣୀର ଜଳସ୍ତର ବଢ଼ିବାରେ ଲାଗିଛି । ତେଣୁ ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ । ମୁଣ୍ଡୁଳିରେ ଜଳସ୍ତର କମିଥିବାବେଳେ ହୀରାକୁଦରୁ ଛଡାଯାଇଥିବା ପାଣି ଖଇରମାଳରେ ପହଂଚିଛି । କିଛି ଏଭଳି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ଖବର ଓଡ଼ିଶା, Reporter, 17/08/2022