ଭୁବନେଶ୍ୱର: ଭୁବନେଶ୍ୱରର ଶ୍ରୀୟା ହଲ ଠାରେ ରାଜ୍ୟ ଯୁବମୋର୍ଚ୍ଚା ଦେଖିଲା "ଦ ସାବରମତୀ ରିପୋର୍ଟ" ଚଳଚ୍ଚିତ୍ର। ୨୦୦୨ ଗୋଧ୍ରା ଟ୍ରେନ ପୋଡ଼ି ସତ୍ୟ ଘଟଣା ଉପରେ ଆଧାରିତ ଏହି ଚଳଚିତ୍ରରେ ଅଯୋଧ୍ୟାରୁ ଗୁଜୁରାଟ କୁ କର ସେବକ ମାନଙ୍କୁ ଧରି ଫେରୁଥିବା ସାବରମତୀ ଟ୍ରେନକୁ ଗୋଧ୍ରା ଷ୍ଟେସନ ଠାରୁ କିଛି ଆଗରେ ଅଟକାଇ ନିଆଁ ଲଗାଇ ଦିଆ ଯାଇଥିଲା। ଯାହାଫଳରେ ୫୯ ଜଣ କର ସେବକ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ଏହି ପ୍ରାୟୋଜିତ ବର୍ବର ହତ୍ୟା କାଣ୍ଡକୁ କଂଗ୍ରେସ ଏବଂ କିଛି ବିଭାଜନ ମାନସିକତା ରଖିଥିବା କୁଚକ୍ରି ଗୋଷ୍ଠୀ ଏକ ଦୁର୍ଘଟଣାର ରୂପ ଦେଇଥିଲେ। ନାନବତି କମିଶନ ଏହାକୁ କୌଣସି ଦୁର୍ଘଟଣା ନୁହଁ ବରଂ ପ୍ରାୟୋଜିତ ହତ୍ୟାକାଣ୍ଡ ବୋଲି ପ୍ରମାଣିତ କରିଥିଲେ।
ତେବେ ଏହି ଚଳଚିତ୍ର କେବଳ ମନୋରଞ୍ଜନ ପାଇଁ ନୁହେଁ ପରନ୍ତୁ ସମାଜର ସତ୍ୟକୁ ସାମ୍ନାକୁ ଆଣିବା ସହ ସମାଜରେ ଆବଶ୍ୟକୀୟ ପରିବର୍ତ୍ତନ ପାଇଁ ମଧ୍ୟ ଉପକରଣ ହୋଇପାରେ। ଏହି ଚଳଚିତ୍ର ଟି ତାର ଏକ ନମୁନା। ଦେଶର ଇତିହାସର ଗୋଟେ ବହୁତ୍ ବଡ଼ ଅଧାୟ କୁ ଲୋକଲୋଚନ ଆଣିବା ସହ ଦର୍ଶକିୟ ଦୃଷ୍ଟିକୋଣ ରୁ ପ୍ରଶଂସାର ପାତ୍ର ବୋଲି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀମାନ ଅଭିଳାଷ ପଣ୍ଡା କହିଛନ୍ତି। ଏହି ଐତିହାସିକ ଚଳଚ୍ଚିତ୍ର ଦେଶର ବିଭାଜନକାରୀ ତତ୍ତ୍ଵ ତଥା କଂଗ୍ରେସ ଦଳର ଷଡ଼ଯନ୍ତ୍ରକୁ ସର୍ବସମ୍ମୁଖ କୁ ଆଣିଛି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ସାରଦା ଶତପଥୀ ମତବ୍ୟକ୍ତ କରିଛନ୍ତି।