Home >
୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି; ଆଜିଠୁ ଅମିତ ଶାହଙ୍କ ୨ ଦିନିଆ ବିହାର ଗସ୍ତ
Khabar Odisha:Politics-Union-Home-Minister-Amit-Shar-two-days-to-Bihar-from-today

ପୂର୍ଣ୍ଣିଆ, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଠାରୁ ଦୁଇ ଦିନିଆ ବିହାର ଗସ୍ତ କରୁଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିକୁ ମଜବୁତ କରିବା ଉଦ୍ଦେଶ୍ୟରେ ଶ୍ରୀ ଶାହ ଏହି ଗସ୍ତ କରୁଛନ୍ତି । ବିଜେପିର ବିହାର ଶାଖା ପକ୍ଷରୁ ଏକ ନୂଆ ଶ୍ଲୋଗାନ ଲେଖାଯାଇଛି । ଏହା ହେଲା (ଆଓ ଚଲେ ଭାଜପା କେ ସାଥ, କରେ ବିହାର କା ବିକାଶ) ଅର୍ଥାତ ଆସନ୍ତା ବିଜେପି ସହିତ ଚାଲିବା, ବିହାରର ବିକାଶ କରିବା । 

ସୂଚନାଯୋଗ୍ୟ, ବିଜେପି ପାଖରୁ ସଂପର୍କ ଶେଷ କରି ନୀତିଶ କୁମାର ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି), କଂଗ୍ରେସ ଓ ଅନ୍ୟ ଦଳ ସହିତ ମେଣ୍ଟ କରିବା ପରେ ଅମିତ ଶାହ ପ୍ରଥମ ଥର ପାଇଁ ବିହାର ଗସ୍ତ କରୁଛନ୍ତି । ଅମିତ ଶାହ ସୀମାଞ୍ଚଳ ଅଂଚଳରେ ଆଜି ମଧ୍ୟାହ୍ନ ୧୨ଟାରେ ‘ଜନ ଭାବନା ମହାସଭା’କୁ ସମ୍ବୋଧିତ କରିବେ । ସୀମାଞ୍ଚଳ କହିଲେ କଟିହାର, ଆରାରିଆ ଓ କିଷନଗଂଜକୁ ବୁଝାଯାଏ । ଅମିତ ଶାହଙ୍କ ଏହି ଗସ୍ତ ୨୦୨୪ ଲୋକସଭା ନିର୍ବାଚନ ଏବଂ ୨୦୨୫ ବିହାର ବିଧାନସଭା ନିର୍ବାଚନରେ ସହାୟକ ହେବ ବୋଲି ଦଳୀୟ କର୍ମୀଙ୍କ ଆଶା । ଗସ୍ତର ୨ୟ ଦିନରେ ଶାହ କିଷନଗଂଜର ସୁବାସପଲ୍ଲୀ ଛକରେ ଥିବା ବୁଢ଼ି କାଲି ମାତା ମନ୍ଦିରରେ ପୂର୍ବାହ୍ନ ସାଢ଼େ ୯ଟାରେ ପୂଜାର୍ଚ୍ଚନା କରିବେ । ଏହା ପରେ ସେ ସେ ଫତେପୁର ଯିବେ । ସଢ଼େ ୧୦ଟାରେ ସଶସ୍ତ୍ର ସୀମା ବଳ (ଏସଏସବି) ପରିସରକୁ ଯିବେ । 

 

  • Tags:

Subscribe

National International State Sports Entertainment