ହାତୀ ଆକ୍ରମଣରେ ଜଣେ ମୃତ, ଦୁଇ ଗୁରୁତର। ଅନୁଗୁଳ ଜିଲ୍ଲାର ବଡସନ୍ତ୍ରି ପଞ୍ଚାୟତ ବାଇଝାଲିଆ ସାହିରେ ଘଟିଛି ଏହିପରି ଅଭାବନୀୟ ଘଟଣା। ମୃତକ ବ୍ୟକ୍ତି ହେଉଛନ୍ତି ବାଇଝାଲିଆ ସାହିର ପ୍ରଫୁଲ୍ଲ ଭୋଇ। ଆଜି ସକାଳୁ ପ୍ଲାଣ୍ଟକୁ କାମ କରିବାକୁ ଯାଉଥିବା ବେଳେ ଜଙ୍ଗଲି ହାତୀ ହାବୁଡରେ ପଡିଯାଇଥିଲେ ପ୍ରଫୁଲ୍ଲ। ନଳଚନ୍ଦ୍ରରପୁର ଶ୍ମଶାନ ପାଖରେ ଦନ୍ତା ହାତୀ ପ୍ରଫୁଲ୍ଲକୁ ଧରି କଚାଡି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ସୂଚନା ମୁତାବକ , ଅନୁଗୁଳରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମୃତ, ଦୁଇ ଗୁରୁତର। ମୃତକ ହେଉଛନ୍ତି ବାଇଝାଲିଆ ସାହିର ପ୍ରଫୁଲ୍ଲ ଭୋଇ। ବଡସନ୍ତ୍ରି ପଞ୍ଚାୟତ ବାଇଝାଲିଆ ସାହିରେ ଘଟିଛି ଏହି ଅଭାବନୀୟ ଘଟଣା। ନଳଚନ୍ଦ୍ରରପୁର ଶ୍ମଶାନ ପାଖରେ ଦନ୍ତା ହାତୀ ପ୍ରଫୁଲ୍ଲକୁ ଧରି କଚାଡି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ୟପଟେ ବଅଁରପାଳ ବ୍ଲକ ନରେନ୍ଦ୍ରପୁର ମହାପାତ୍ର ସାହିରେ ଗୋଟିକିଆ ଦନ୍ତା ପଶି ଆତଙ୍କ ଖେଳାଇଛି। ହାତୀ ଭୟରେ ଲୋକେ ଘର ଛାଡି ଛାତ ଉପରେ ଆଶ୍ରୟ ନେଇଛନ୍ତି । ବନ ବିଭାଗ ଦନ୍ତାକୁ ଟ୍ରାକ କରି ଜଙ୍ଗଲକୁ ଘଉଡାଇବାରେ ବିଫଳ ହେବାରୁ ଏହିପରି ଅଘଟଣ ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି ।
ଅଧିକ ପଢନ୍ତୁ: ବିଧାନସଭା ମୌସୁମୀ ଅଧିବେଶନର ଆଜି ତୃତୀୟ ଦିନ, ସରଗରମ ରହିବ ଗୃହ