ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ଦୁଇ ମୃତ ଜଣେ ଗୁରୁତର। ମୃତକ ଦୁଇ ଜଣ ହେଲେ ଶଙ୍କର ବିଶ୍ୱାଳ ଓ ଝିଲି ମାଝୀ । ପୁଣି ଏଭଳି ଘଟଣା ଘଟିଛି ଅନୁଗୁଳ ବନଖଣ୍ଡ କୁମୁରିସିଂହା ପଞ୍ଚାୟତ ପାତେଳି ଗାଁରେ । ଅନୁଗୁଳ ଜିଲ୍ଲାରେ ଥମୁନି ହାତୀ ଆତଙ୍କ। ଆକ୍ରମଣରେ ବାରମ୍ବାର ଲୋକଙ୍କ ଜୀବନ ଯାଉଛି। ଜଣେ ଗୁରୁତରଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶଙ୍କର ଓ ଝିଲି ଆଜି ସକାଳେ ଶୌଚ ହେବାକୁ ଯାଇଥିବାବେଳେ ହାତୀ ହାବୁଡ଼ରେ ପଡିଥିଲେ। ଗୋଠ ଛଡ଼ା ହାତୀ ଦୁଇ ଜଣଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା।