ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଚାନ୍ଦିଲି ଥାନା ପୋଲିସକୁ ମିଳିଛି ବଡ ସଫଳତା । ନଅଟି ବାଇକ ସହିତ ଦୁଇ ବାଇକ ଚୋରକୁ ଧରିବାରେ ସଫଳ ହୋଇଛି ଚାନ୍ଦିଲି ପୋଲିସ ।
ସୂଚନା ଅନୁସାରେ, ଗତ ୨୩ ତାରିଖ ଦିନ ପେଣ୍ଟା ଗ୍ରାମର ବି ଲବ ନାମକ ଜଣେ ବ୍ୟକ୍ତି ଆଇ ଓ ବି ବ୍ୟାଙ୍କ ଆଗରେ OD-18 B-7090 ନମ୍ବର ର ଏଚ ଏଫ୍ ଡିଲକ୍ସ ବାଇକ ପର୍କିଙ୍ଗ କରି ବ୍ୟାଙ୍କକୁ ନିଜ କାମରେ ଯାଇଥିଲେ । ବ୍ୟାଙ୍କରୁ ଫେରିବା ପରେ ସେ ପର୍କିଙ୍ଗ କରିଥିବା ସ୍ଥାନରେ ନିଜ ବାଇକ ନପାଇ ଏଣେ ତେଣେ ଖୋଜିଥିଲେ ଆଉ ଶେଷରେ ନିରାଶ ହୋଇ ଚାନ୍ଦିଲି ଥାନାରେ ବାଇକ ଚୋରିର ଅଭିଯୋଗ କରିଥିଲେ ।
ତେବେ ଏହି ଅଭିଯୋଗକୁ ଭିତ୍ତି କରି ଚାନ୍ଦିଲି ଥାନା ପକ୍ଷରୁ କେସ୍ ନମ୍ବର ୧୧୫/୨୪ ଦାୟର କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ଚାନ୍ଦିଲି ପୋଲିସର ଏକ ଟିମ ତଦନ୍ତ କରି ମାମଲାରେ ସଂପୃକ୍ତ ଦୁଇ ଜଣ ବାଇକ ଚୋରଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ରାୟଗଡ଼ ଜିଲ୍ଲା କେ ସିଂହପୁର ବ୍ଲକ ଅନ୍ତର୍ଗତ ଆରାବାଡି ଗ୍ରାମର ରବିନ୍ଦ୍ର କୌଶଲ୍ୟା ଓ କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ବାଙ୍କ କୁନ୍ଦୁରୁ ଗ୍ରାମର ସଦାନନ୍ଦ ସାହୁ । ଚାନ୍ଦିଲି ପୋଲିସ ଅଭିଯୁକ୍ତ ମାନଙ୍କ ନାମରେ ମାମଲା ରଜ୍ଜୁ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।
ଅଧିକ ପଢନ୍ତୁ : ବିଜ୍ଞାନ ଯୁଗରେ ଲୋକମାନେ ଏବେ ବି ଅନ୍ଧବିଶ୍ୱାସରେ