Home >
ବାଇକ୍‌,କାର,ଅଟୋ ଚାଳକଙ୍କ ପାଇଁ ଆସିଲା ନୂଆ ନିୟମ,ନମାନିଲେ ଗଣିବାକୁ ପଡ଼ିବ ତଣ୍ଡ
Khabar Odisha:New-rules-for-bikes-cars-auto-drivers-driving-at-speeds-of-up-to-30-miles-per-hour
ନୂଆଦିଲ୍ଲୀ,ଜୁନ 11 (ଖବର ଓଡ଼ିଶା):

ଗାଡ଼ି ଚାଳକଙ୍କ ପାଇଁ ଆସିଲା ନୂଆ ନିୟମ । ରାସ୍ତାରେ ଗାଡ଼ି ଚଳାଇବାକୁ ହେଲେ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ଗାଡ଼ି ଚଳାଇବାକୁ ହେବ ନହେଲେ ଗଣିବାକୁ ପଡ଼ିବ ମୋଟା ଅଙ୍କର ତଣ୍ଡ । ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ଦିଲ୍ଲୀ ଟ୍ରାଫିକ୍ ପୋଲିସ୍ ଦ୍ୱାରା ଗାଡ଼ି ଚଳାଇବା ବେଗରେ ପରିବର୍ତ୍ତନ କରାଯାଇଛି ।

ଦୁଇ-ଚକିଆ ଗାଡ଼ି ହେଉ କିମ୍ବା ଟ୍ରକ୍ ,ବସ୍‌,ଅଟୋ ସମସ୍ତଙ୍କ ପାଇଁ ଅଲଗା ଅଲଗା ବେଗର ବ୍ୟବଧାନ ଦର୍ଶାଯାଇଛି । ସୁଚନା ଅନୁସାରେ ଟ୍ରାଫିକ ପୋଲିସ୍ ଦ୍ୱାରା ଏକ ତଥ୍ୟ ପ୍ରଦାନ କରାଯାଇଛି ଯେଉଁଥିରେ ବିଭିନ୍ନ ରାସ୍ତାର ବିଭିନ୍ନ ନାମକରଣ କରାଯିବା ସହ ସେହି ଅଚଂଳରେ ଗାଡ଼ି ଚଳାଇବାର ବେଗ ମଧ୍ୟ ଦର୍ଶାଯାଇଛି ।

ଯାହାଫଳରେ ଗାଡ଼ି ଚାଳକ ମାନେ ଉକ୍ତ ସ୍ଥାନରେ ସେତିକି ବେଗ ମାଧ୍ୟମରେ ନିଜ ଗାଡ଼ି ଚଳାଇପାରିବେ । ନୁଆ ନିୟମ ଅନୁସାରେ କାର,ଜିପ୍‌.ଟ୍ୟାକ୍ସି ଓ କ୍ୟାବ୍‌ର ବେଗ ସବୋର୍ଚ୍ଚ ୬୦ କି.ମି ହେବା ହେଲେ କିଛି ଅଚଂଳରେ ଏହା ୭୦ ବେଗରେ ମଧ୍ୟ ଚଳାଇହେବ ।

ସେହିପରି ଦୁଇ ଚକିଆ ବାହାନ ପାଇଁ ଘଣ୍ଟା ପ୍ରତି ବେଗ ୫୦ରୁ ୬୦ କିମି ପର୍ଯ୍ୟନ୍ତ ରଖାଯାଇଛି ଏବଂ ତିନି ଚକିଆ ବାହାନ ପାଇଁ ଘଣ୍ଟା ପ୍ରତି ବେଗ ୪୦ କି.ମି ରଖାଯାଇଛି । ଡ଼ିଏନ୍‌ଡ଼ି ରାସ୍ତାରେ କାର ପାଇଁ ଘଣ୍ଟାକୁ -୭୦ କିମି ଏବଂ ଦୁଇଟି ଚକିଆ ପାଇଁ ଘଣ୍ଟାକୁ ୬୦ କିମି ବେଗ ରଖାଯାଇଛି ।

ସେହିପରି ବାରପୁଲା ଫ୍ଲାଏ ଓଭରରେ ଉଭୟ କାର ଏବଂ ବାଇକ୍ ପାଇଁ ବେଗର ସୀମା ଘଣ୍ଟା ପ୍ରତି ୬୦ କିମି ରଖାଯାଇଛି । ଦିଲ୍ଲୀରୁ ନୋଏଡା ଟୋଲ୍ ରୋଡ୍ରେ କାର ପାଇଁ ୭୦ କିମି ଏବଂ ଦୁଇ ଚକିଆ ଯାନ ପାଇଁ ୬୦ କିମି ।

ବିମାନ ବନ୍ଦର ରାସ୍ତାରେ ଉଭୟ କାର ଏବଂ ବାଇକ୍ ପାଇଁ ଘଣ୍ଟା ପ୍ରତି ୬୦କିମି । ସମସ୍ତ ଆବାସିକ ଏବଂ ବାଣିଜ୍ୟିକ ବଜାର ଭିତରେ ଥିବା ରାସ୍ତାରେ କାର ଏବଂ ବାଇକ୍ ର ସର୍ବାଧିକ ଗତି ଘଣ୍ଟା ପ୍ରତି ୩୦ କିମି ରଖାଯାଇଛି

  • Tags:

Subscribe

National International State Sports Entertainment