Home >
ବର୍ଷା ଦିନ ଆସିଲା, କରୋନା ସଂକ୍ରମଣ ରୋକିବାକୁ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ : ମୋଦୀ
Khabar Odisha:National-we-have-to-more-careful-for-Corona-virus
ନୂଆଦିଲ୍ଲୀ, ଜୁନ 30 (ଖବର ଓଡ଼ିଶା):

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି। ଦେଶରେ ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ଆମକୁ ଅଧିକ ସତର୍କ ରହିବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି ମୋଦୀ । ଏହାସହ  ଆସନ୍ତା ୫ ମାସ ଲୋକଙ୍କୁ ମାଗଣାରେ ରାସନ୍ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ।

ଲକ୍ ଡାଉନ୍ ପରେ ଆମେ ଅନଲକ୍ 2 ରେ ପହଞ୍ଚି ଗଲେଣି।  ଦେଶରେ ମୌସୁମୀ ପ୍ରବେଶ କରିଛି । ବର୍ଷା ଦିନ ଆରମ୍ଭ ହୋଇଛି । ତେଣୁ କରୋନା ପାଇଁ ଅଧିକ ସତର୍କ ହେବାକୁ ପଡ଼ିବ । ଅନଲକ୍ 1 ହେବା ପରଠାରୁ ଦେଶରେ ଅଧିକ ସଂକ୍ରମଣ   ବଢୁଛି । ଦେଶବାସୀ ଅଧିକ ସତର୍କ ହେବା ପରିବର୍ତ୍ତେ ଢିଲା ହେଉଛନ୍ତି ।ଅଧିକ ସତର୍କ ରହିବାକୁ ପଡ଼ିବ । ସାଧାରଣ ଲୋକ ହୁଅନ୍ତୁ କିମ୍ବା ଅନ୍ୟ କେହି ସମସ୍ତଙ୍କୁ ସତର୍କ ହେବାକୁ ପଡ଼ିବ । କଣ୍ଟେନମେଣ୍ଟ ଅଂଚଳରେ ଅଧିକ ସତର୍କ ରହିବାକୁ ପଡ଼ିବ। ବର୍ଷା ଋତୁ ରେ ପୂର୍ବ ଅପେକ୍ଷା ଅଧିକ ସତର୍କ ରହିବାକୁ ପଡ଼ିବ । ଆମ ଦେଶରେ କରୋନା ସ୍ଥିତି ନିୟନ୍ତ୍ରଣରେ ଅଛି । ସତର୍କତା ହିଁ ଅଧିକ ଆବଶ୍ୟକ ରହିଛି । 130 କୋଟି ଜନତାଙ୍କ ଜୀବନ ଏଥିରେ । ଅସତର୍କତା ହେଲେ ଆଗକୁ ସ୍ଥିତି ଅନିୟନ୍ତ୍ରିତ ହୋଇପାରେ ।

ନଭେମ୍ବର ମାସ ଯାଏଁ କରୋନା କାରଣରୁ ଲୋକଙ୍କୁ ମାଗଣାରେ ରାସନ୍ ସାମଗ୍ରୀ ବଣ୍ଟନ କରାଯିବ । ଏଥିରେ ୮୦ କୋଟିରୁ ଅଧିକ ଲୋକଙ୍କୁ ଦିଆଯିବ । ପରିବାରର ମୁଣ୍ଡପିଛା ୫ କିଲୋ ଲେଖାଏଁ ସାମଗ୍ରୀ ଦିଆଯିବ । ତେଣୁ ଏଥି ପାଇଁ ୯୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଚାଷୀ ଓ ଟିକସ ଦାତାଙ୍କ ପାଇଁ ଏହା ଦିଆଯାଇ ପାରୁଛି।

  • Tags:

Subscribe

National International State Sports Entertainment