Home >
ମସଜିଦ ଉପରେ ଏୟାର ଷ୍ଟ୍ରାଇକ, 70 ସୈନ୍ୟ ମୃତ
Khabar Odisha:National-news-yemen-missile-drone-attack-kills-at-least-70-soldiers
ମାରିବ,ଜାନୁଆରୀ ୧୯ (ଖବର ଓଡ଼ିଶା):

ହୁତୀ ବିଦ୍ରୋହୀ ଶନିବାର ୟମନର ମାରିବ କ୍ଷେତ୍ରରେ ମିଶାଇଲ ଏବଂ ଡ୍ରୋନ୍‌ରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ପାଖାପାଖି 70 ଜଣ ସୈନିକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ସେହି ସମୟରେ ହୋଇଛି ଯେତେବେଳେ ମାରିବ କ୍ଷେତ୍ରର ଏକ ମସଜିଦରେ ସୈନିକମାନେ ନମାଜ ପାଠ କରୁଥିଲେ । ଉଲ୍ଲେଖଯୋଗ୍ୟ ଯେ 2014ରୁ ଆରବ ସମର୍ଥିତ ୟମନ ଏବଂ ଇରାନ ସମର୍ଥିତ ହୁତୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି । 

ମେଡ଼ିକାଲ ଏବଂ ମିଲିଟ୍ରି ସୂତ୍ର ଅନୁସାରେ, ଶନିବାର ମାରିବର ସୈନ୍ୟ କାମ୍ପ ସ୍ଥିତ ଏକ ସମଜିଦ ଉପରେ ହୁତୀମାନେ ମିଶାଇଲ ଏବଂ ଡ୍ରୋନ ସାହାଯ୍ୟରେ ଆକ୍ରମଣ କରିଥିଲେ । ଏହି କ୍ଷେତ୍ର ସନାର 170 କି.ମି. ପୂର୍ବରେ ରହିଛି । ୟମନର ରାଷ୍ଟ୍ରପତି ଆବେଦ୍ରୋବ୍ବୁ ମଂସୁର ହାଦୀ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି । ସେ ଏହାକୁ ଆତଙ୍କବାଦୀ ଆକ୍ରମଣ ଅଭିହିତ କରିଛନ୍ତି । 

ଏପଟେ ୟମନର ସରକାରୀ ଅଧିକାରୀ ଆକ୍ରମଣ ପାଇଁ ଇରାନର ସହଯୋଗୀ ହୁତି ବିଦ୍ରୋହୀଙ୍କୁ ଦୋଷୀ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ହୁତିମାନେ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି । ସ୍ଥାନୀୟ ଲୋକଙ୍କ ଅନୁସାରେ, ମାରିବର ଏହି ଆକ୍ରମଣର କିଛି ଘଣ୍ଟା ପରେ ୟମନ ସରକାରଙ୍କ ସମର୍ଥକ ସାଉଦୀ ନେତୃତ୍ୱାଧିନ ମେଣ୍ଟ ହୁତି ବିଦ୍ରୋହୀ ଗୋଷ୍ଠୀଙ୍କ ରାଜଧାନୀ ସନାରେ ଦକ୍ଷିଣ-ପୂର୍ବରେ ତାଙ୍କ ନିୟନ୍ତ୍ରଣାଧିନ ସୈନ୍ୟଆଡ୍ଡା ଉପରେ ସିରିଜ ଏୟାର ଷ୍ଟ୍ରାଇକ କରିଥିଲେ । ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ । 

Subscribe

National International State Sports Entertainment