Home >
ଉତ୍ତରାଖଣ୍ଡ: ରେଲୱେ ଷ୍ଟେସନ ବୋର୍ଡରୁ ହଟିବ ଉର୍ଦ୍ଦୁ, ସଂସ୍କୃତରେ ଲେଖାଯିବ ନାଁ
Khabar Odisha:National-news-dehradun-sanskrit-to-replace-urdu-at-uttarakhand-railway-stations
ନୂଆଦିଲ୍ଲୀ,ଜାନୁଆରୀ ୧୯ (ଖବର ଓଡ଼ିଶା):

ଉତ୍ତରଖଣ୍ଡର ସମସ୍ତ ରେଲୱେ ଷ୍ଟେସନର ନାଁ ଏବେ ଉର୍ଦ୍ଦୁ ପରିବର୍ତ୍ତେ ସଂସ୍କୃତରେ ଲେଖାଯିବ । ପ୍ଲାଟ୍‌ଫର୍ମରେ ରେଲୱେ ଷ୍ଟେସନର ନାଁ ହିନ୍ଦୀ, ଇଂରାଜୀ ଏବଂ ଉର୍ଦୁରେ ଲେଖା ହୋଇଥାଏ । ଏବେ ଉର୍ଦ୍ଦୁ ପରିବର୍ତ୍ତେ ଏହି ଷ୍ଟେସନ ଗୁଡ଼ିକର ନାଁ ସଂସ୍କୃତରେ ଲେଖାଯିବ । ରେଲୱେ ଦ୍ୱାରା ନିଆ ଯାଇଥିବା ଏହି ନିଷ୍ପତ୍ତି ଅନୁସାରେ ଏବେ ହିନ୍ଦୀ, ଇଂରାଜୀ ଏବଂ ସଂସ୍କୃତରେ ଷ୍ଟେସନର ନାଁ ଲେଖାଯିବ । ଅଧିକାରୀମାନେ ସୂଚନା ଦେଇ କହିଛନ୍ତି ଯେ, ଏହି ନିଷ୍ପତ୍ତି ରେଲୱେ ମେନ୍ୟୁଅଲ ହିସାବରେ ଗ୍ରହଣ କରାଯାଇଛି । ଯେଉଁଥିରେ ଉଲ୍ଲେଖ ରହିଛି ଯେ ରେଲୱେ ଷ୍ଟେସନର ନାଁ ହିନ୍ଦୀ, ଇଂରାଜୀ ଏବଂ ରାଜ୍ୟର ଦ୍ୱିତୀୟ ରାଜକୀୟ ଭାଷାରେ ଲେଖା ଯିବା ଦରକାର । 

ଉତ୍ତର ପ୍ରଦେଶର ସିପିଆରଓ ଦୀପକ କୁମାର ଗଣମାଧ୍ୟମକୁ କହିଛନ୍ତି, ରେଲୱେ ମେନ୍ୟୁଅଲ ଅନୁଲାରେ, ରେଲୱେ ଷ୍ଟେସନର ନାଁ ହିନ୍ଦୀ ଏବଂ ଇଂରାଜୀ ସହ ରାଜ୍ୟର ଦ୍ୱିତୀୟ ସରକାରୀ ଭାଷାରେ ଲେଖାଯାଇଥାଏ । ଏହି ନିଷ୍ପତ୍ତି ନେବାକୁ ପୁରା ଦଶନ୍ଧି କାହିଁକା ଲାଗିଲା ପ୍ରଶ୍ନର ଜବାବରେ ସେ କହିଛନ୍ତି, ଏହା ପୂର୍ବରୁ ଉର୍ଦ୍ଦୁକୁ ରେଲୱେର ତୃତୀୟ ଭାଷା ରୂପେ ବ୍ୟବହାର କରାଯାଉଥିଲା, କାହିଁକି ନାଁ ଉତ୍ତରାଖଣ୍ଡ ପୂର୍ବେ ଉତ୍ତର ପ୍ରଦେଶର ଅଂଶ ଥିଲା ଯେଉଁଠାରେ ଉର୍ଦ୍ଦୁ ଦ୍ୱିତୀୟ ରାଜକୀୟ ଭାଷା ରହିଛି । ଏହା ଉପରେ କେହି ଆମର ଧ୍ୟାନ ଆକର୍ଷଣ କରିବା ପରେ, ଆମେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଛୁ । 

Subscribe

National International State Sports Entertainment