Home >
CABକୁ ନେଇ ଆମେରିକୀୟ ଆୟୋଗର ଟିପ୍ପଣୀ ଉପରେ ଭାରତର କଡା ଜବାବ, “ତାଙ୍କ ଇତିହାସ ହି ସେୟା”
Khabar Odisha:National-news-Citizenship-Amendment-Bill-Us-Commission-Statement-Unwarranted-Says-India
ନୂଆଦିଲ୍ଲୀ, ଡିସେମ୍ବର ୧୦ (ଖବର ଓଡ଼ିଶା):

ଆମେରିକାର ଧାର୍ମିକ ସ୍ୱତନ୍ତ୍ରତା ଆୟୋଗ ପକ୍ଷରୁ ନାଗରିକତା ସଂଶୋଧନ ବିରୋଧରେ ଟିପ୍ପଣୀକୁ ଭାରତ କଡ଼ା ନିନ୍ଦା କରିଛି । ଭାରତ ଆମେରିକୀୟ ଆୟୋଗର ବୟାନ ଉପରେ ଆପତ୍ତି ଉଠାଇ କହିଛି ଯେ ଏହା ଭୁଲ ଏବଂ ଅନାବଶ୍ୟକ ଅଟେ । ଆମେରିକାର କମିଶନ ଫର ଇଣ୍ଟରନ୍ୟାସନାଲ ରିଲିଜିୟସ ଫ୍ରିଡମ ସୋମବାର ଦିନ କହିଥିଲା ଯେ ଏହି ବିଲ ଅଣ-ମୁସଲମାନ ଶରଣାର୍ଥୀଙ୍କୁ ନାଗରିକତା ଦେଉଛି । ସଂସ୍ଥା କହିଥିଲା ଯେ ଏହି ବିଲ ଭୁଲ, ଯାହା ଧର୍ମକୁ ନାଗରିକତାର ଆଧାର ମାନୁଛି ।

ଏହା ହିଁ ନୁହେଁ କମିଶନ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ପ୍ରତିବନ୍ଧକ ଲାଗୁ କରିବା ପାଇଁ ଦାବି କରିଥିଲା । କମିଶନ ଏହି ବିଲ ଉପରେ କଡା ଟିପ୍ପଣୀ କରି କହିଥିଲା ଯେ, ନାଗରିକାତ ସଂଶୋଧନ ବିଧେୟକ ଭୁଲ ମାର୍ଗରେ ଏକ ବିପଦ ମୋଡ ପରି ଅଟେ । ଏହା ଭାରତର ସେକ୍ୟୁଲାର ଏବଂ ସଂସ୍କୃତିର ବିରୋଧ । ଏହାସହ ଏହା ଭାରତର ସମ୍ୱିଧାନର ମଧ୍ୟ ବିପରୀତ ଅଟେ, ଯିଏ ପ୍ରତ୍ୟେକଙ୍କୁ ସେମାନଙ୍କ ଧର୍ମ ଅନୁସାରେ ସମାନତାର ଅଧିକାର ହେଉଛି । 

ଆମେରିକାର ଆୟୋଗର ବୟାନକୁ ଖାରଜ କରି ବିଦେଶ ମନ୍ତ୍ରାଳୟ କହିଛି, ଆମେରିକାର ଆୟୋଗ ଯାହା କହିଛି, ତାର ଅତିତକୁ ଦେଖିଲେ ଏହା ଆଶ୍ଚର୍ଯ୍ୟଜନକ ଅନୁଭବ ହେଉନି । କିନ୍ତୁ ଏହା ଦୁଃଖର କଥା ଯେ ତାର ନିଜର ପୂର୍ବାଗ୍ରହ ଆଧାରରେ ହିଁ ନିଜର କଥା କହିଛି । ତାଙ୍କ ପାଖରେ ପୁରା ମାମଲାର ସାମ୍ୟକ ସୂଚନା ରହିଛି । ଏହାଛଡା ସେ କୌଣସି ଏପରି ସଂସ୍ଥା ନୁହେଁ, କାହାର କଥାକୁ କୌଣସି ମହତ୍ୱ ଦିଆଯିବ ।  

ବିଦେଶ ମନ୍ତ୍ରାଳୟର ମୁଖ୍ୟପାତ୍ର ରବୀଶ କୁମାର ଏକ ବୟାନ ଜାରି କରି କହିଥିଲେ ଯେ ସୋମବାର ରାତିରେ ଲୋକସଭାରେ ପାସ ହୋଇଥିବା ଏହି ବିଲ ସେହି ଲୋକଙ୍କୁ ଭାରତୀୟ ନାଗରିକତା ଦେବ, ଯେଉଁମାନେ ପଡୋଶୀ ଦେଶରେ ପ୍ରତାଡିତ ହୋଇ ଆସିଛନ୍ତି । 

Subscribe

National International State Sports Entertainment