Home >
ଭାରତର ଗୁଇନ୍ଦା ଆଖି, ସବୁଠାରୁ ଶକ୍ତିଶାଳୀ ପ୍ରତିରକ୍ଷା ଉପଗ୍ରହ RISAT-2BR1 କାଉଣ୍ଟଡାଉନ ଆରମ୍ଭ, କାଲି ହେବ ଲଞ୍ଚ
Khabar Odisha:National-news--ISRO-Begins-Count-Down-To-Launch-Of-Radar-Imaging-Satellite-RISAT-2BR1
ବିଶାଖାପଟନମ,ଡିସେମ୍ବର ୧୦ (ଖବର ଓଡ଼ିଶା):

ମହାକାଶରେ ଆଉ ଭାରତ ଆଉ ଏକ ଉପଲବ୍ଧି ହାସଲ କରିବାକୁ ଯାଉଛି । ଇସ୍ରୋ ମହାକାଶକୁ ଆଉ ଗୋଟେ ଗୁଇନ୍ଦା ଆଖି ରିସେଟ-2ବିଆର1 ପଠାଇବାକୁ ଯାଉଛି ।  ଭାରତର ରାଡାର ଅମେଜିଙ୍ଗ ପୃଥ୍ୱୀ ନିଜର ରଖୁଥିବା ଉପଗ୍ରହ ରିସେଟ-2ବିଆର1କୁ ପିଏସଏଲଭି-48 ଯାନ ମାଧ୍ୟମରେ ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରିବା ପାଇଁ ପ୍ରାୟ 24 ଘଟଣା ପୂର୍ବରୁ ଓଲଟା ଗଣତି ଆରମ୍ଭ ହୋଇଛି । ଇସ୍ରୋ ଏହି ସୂଚନା ଦେଇଛି । 

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ କୁହାଯାଇଛି ଯେ ପିଏସଏଲଭିର ଏହା 50ତମ ମିଶନ, ପିଏସଏଭି-ସି48କୁ ଶ୍ରୀହରିକୋଟାର ସତିଶ ଧୱନ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚପେଡରୁ ବୁଧବାର ଦିନ ଅପରାହ୍ଣ 3.25 ମିନିଟରେ ଲଞ୍ଚ କରାଯିବ । 

ବୁଧବାର ଦିନ ହେବାକୁ ଥିବା ଏହି ଉତକ୍ଷେପଣ ଭାରତର ମହାକାଶ ସଂସ୍ଥା ଏକ ମହତ୍ୱପୂର୍ଣ୍ଣ ଉପଲବ୍ଧ ସାବ୍ୟସ୍ତ ହୋଇପାରେ । ଏହା ପଛର କାରଣ ଏହା ପିଏସଏଲଭିର 50ତମ ଉତକ୍ଷେପଣ ହେବ ଏବଂ ଶ୍ରୀହରିକୋଟାରୁ ଉତକ୍ଷେପଣ ହେଉଥିବା 75ତମ ରକେଟ । 

କୃଷି, ବଣ ଏବଂ ବିପର୍ଯୟ ମୁକିବାଲ କରିବାରେ ସହାୟତା ଉପଲବ୍ଧ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି । 628 କିଲୋଗ୍ରାମର ଏହି ଉପଗ୍ରହ ନିଜ ସହ ଅନ୍ୟ 9ଟି ଛୋଟ ଉପଗ୍ରହକୁ ନିଜ ସାଙ୍ଗରେ ନେଇ ଯିବ । ଏଥିରେ ଇସ୍ରାଏଲ, ଇଟାଲୀ, ଜାପାନର ଗୋଟିଏ ଗୋଟିଏ ଏବଂ ଆମେରିକାର 6ଟି ଉପଗ୍ରହ ସାମିଲ ରହିଛି । 

Subscribe

National International State Sports Entertainment