Home >
ଭାରତୀୟ ରେଲୱେ: ପ୍ରତିମାସ ରଦ୍ଦ ହେଉଛି ଆଠ ଲକ୍ଷରୁ ଅଧିକ ଅନଲାଇନ ଟିକେଟ୍
Khabar Odisha:National-business-IRCTC-Problem-Lakhs-Of-Railway-Tickets-Cancelled-Every-Month-Due-To-Non-Confirmation
ନୂଆଦିଲ୍ଲୀ,ଜାନୁଆରୀ ୧୯ (ଖବର ଓଡ଼ିଶା):

ଭାରତୀୟ ରେଲୱେକୁ ଦେଶର ଜୀବନ ରେଖା କୁହାଯାଉଛି । ସାରା ଦେଶରେ ଅନେକ ଲୋକ ରେଲୱେରେ ଯାତ୍ରା କରୁଛନ୍ତି । ଯାତ୍ରୀଙ୍କ ସଂଖ୍ୟା କେତେ ଅଧିକ, ଏହାର ଅନୁମାନ ଏଥିରୁ କରାଯାଇ ପାରିବ ଯେ ଚଳିତ ଆର୍ଥିକ ବର୍ଷର ପ୍ରଥମ ଆଠମାସରେ ଚାର୍ଟ ପ୍ରସ୍ତୁତି ସମୟରେ କନ୍‌ଫର୍ମ ନ ହେବା କାରଣରୁ ପ୍ରାୟ 65.69 ଲକ୍ଷ ଅନଲାଇନ ଟିକେଟ୍‌ ଆପେ ଆପେ ରଦ୍ଦ ହୋଇଥିଲା । 

ଏହାର ଅର୍ଥ ପ୍ରତି ମାସରେ ହାରାହରି ଆଠ ଲକ୍ଷରୁ ଅଧିକ ଅନ୍‌ଲାଇନ୍‌ ଟେକେଟ୍ କନଫର୍ମ ନ ହେବା କାରଣରୁ ରଦ୍ଦ ହେଉଛି । ଏହି କାରଣରୁ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏହି ସମ୍ୱନ୍ଧରେ ଆରଟିଆଇ କାର୍ଯ୍ୟକର୍ତ୍ତା ଚନ୍ଦ୍ରଶେଖର ଗୌଡ଼ କହିଛନ୍ତି, ଭାରତୀୟ ରେଲୱେର ସହାୟକ କମ୍ପାନୀ ଇଣ୍ଡିୟନ ରେଲୱେ କ୍ୟାଟେରିଂ ଏଣ୍ଡ ଟୁରିଜମ କର୍ପୋରେଶନ (ଆଇଆରସିଟିସି) ତାଙ୍କୁ ସୂଚନା ଏବଂ ଅଧିକାର ଅଧିନରେ ଏହି ସୂଚନା ଦେଇଛି । ସୂଚନା ଅନୁସାରେ, ଚଳିତ ଆର୍ଥିକ ବର୍ଷରେ ଏପ୍ରିଲରୁ ନଭେମ୍ୱର 2019 ସୁଦ୍ଧା ଅନଲାଇନରେ ବୁକ୍‌ କରାଯାଇଥିବା 65,68,852 ଟିକେଟ୍‌ ଚାର୍ଟ ପ୍ରସ୍ତୁତ ହେବା ସମୟରେ କନଫର୍ମ ନ ହେବା କାରଣରୁ ଆଇଆରସିଟିସିରେ ଆପେ ଆପେ ରଦ୍ଦ ହୋଇଛି । 

ଉଲ୍ଲେଖଯୋଗ୍ୟ ଯେ ଦେଶରେ ରେଳ ଟିକେଟ୍‌ ପାଇଁ ଏପରି ଘଟଣା ନୂଆ ନୁହେଁ । ରେଳ ମନ୍ତ୍ରୀ ପିୟୁଷ ଗୋୟଲ ମଧ୍ୟ ଯାତ୍ରୀ ଗାଡ଼ି ଗୁଡ଼ିକ ଉପରେ ଭାରି ବୋଝର କଥାକୁ ନିକଟ ଅତିତରେ ସ୍ୱିକାର କରିଥିଲେ । ଜାନୁୟାରୀ 12ରେ ମଧ୍ୟ ପ୍ରଦେଶର ଇନ୍ଦୋରରେ ଗୋୟଲ କହିଥିଲେ ଯେ ପୂର୍ବ ବର୍ଷ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ନିବେଶ ନ ହେବା କରାଣରୁ ରେଲୱେର ସରକାରୀ ତନ୍ତ୍ରକୁ ଅଧିକ ବୋଝ ସହିବାକୁ ପଡ଼ିଥିଲା ।  

Subscribe

National International State Sports Entertainment