Home >
ବିହାର: ୭ବର୍ଷ ପରେ ପୁଅକୁ ଫେରାଇ ଆଣିଲା କରୋନା ଭାଇରସ
Khabar Odisha:Nation-corona-virus-Chhapara-youth-missing-meets-many-years-with-family-in-Bihar

ଛପରା, ଏପ୍ରିଲ ୦୭ (ଖବର ଓଡ଼ିଶା): କରୋନ ଭାଇରସ ସଂକ୍ରମଣ ଦେଶରେ ବଢ଼ିବାରେ ଲାଗିଛି । ଭାରତରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଚାରି ହଜାରରୁ ଅଧିକ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି । ଏହାରି ମଧ୍ୟରେ ଜଣେ ଯୁବକ କରୋନା ଯୋଗୁଁ ନିଜ ପରିବାରକୁ ଫେରି ଆସିପାରିଛନ୍ତି । ବିହାର ରାଜ୍ୟର ଛପରା ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭେଲଦୀ ଥାନା ଅନ୍ତର୍ଗତ ପୈଗା ଗ୍ରାମର ସଂପୃକ୍ତ ଯୁବକ ୭ ବର୍ଷ ପୂର୍ବରୁ ନିଖୋଜ ଥିଲେ । 

ବାବୁଲାଲ ଦାସଙ୍କ ପୁଅ ଅଜୟ କୁମାର ଓରଫ ବିବେକ ଅଚାନକ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରି ମଧ୍ୟ ପାଇ ନଥିଲେ । ତିନି ବର୍ଷ ପର୍ଯ୍ୟନ୍ତ ନ ଫେରିବାରୁ ପରିବାର ଲୋକେ ଭାବିଥିଲେ ଅଜୟର ମୃତ୍ୟୁ ହୋଇଯାଇଥିବ । କିନ୍ତୁ ବାପା-ମା’ଙ୍କ ଆଶା ଥିଲା ଯେ, ପୁଅ ଫେରିବ । 

ଉତ୍ତର ପ୍ରଦେଶ ପୋଲିସ ସେମବାର ଜଣେ ଯୁବକ ଭେଲଦୀ ଥାନା ପହଞ୍ଚିଥିଲା ଏବଂ ତାକୁ ଅଜୟ କୁମାର ଓରଫ ବିବେକ ଦାସ କହି ପଚରାଉଚରା ଆରମ୍ଭ କରିଥିଲା । ଭେଲଦୀ ଥାନା ଅଧିକାରୀ ବିକାଶ କୁମାର ତରଫରୁ ସୂଚନା ମିଳିବା ପରେ ଯୁବକଙ୍କୁ ତାର ପୈଗା ଗାଁରେ ଛାଡ଼ି ଦିଆଯାଇଥିଲା । ଅନ୍ୟପଟରେ ଲୋକେ ସକାଳୁ ସକାଳୁ ପୋଲିସକୁ ଦେଖି ଛାନିଆ ହୋଇଯାଇଥିଲେ । ମାତ୍ର ବାବୁଲାଙ୍କ ପରିବାର ଲୋକଙ୍କ ଖୁସି ଦ୍ୱିଗୁଣିତ ହୋଇଯାଇଥିଲା । ପୋଲିସ କହିଛି, ନିଖୋଜ ହେବା ପରେ ବାବୁଲାଲ ଉତ୍ତର ପ୍ରଦେଶର ବାରବାଙ୍କୀ ଯାଇଥିଲା, ସେଠାରେ ସେ ଏକ ଅପରାଧ ଘଟଣା ସହିତ ସଂପୃକ୍ତ ଥବାରୁ ପୋଲିସ ଗିରଫ କରିଥିଲା । ଫଳରେ ସେ ଜେଲରେ ଥିଲା । କରୋନା ଭାଇରସ ଯୋଗୁଁ ସରକାର ଏବେ ଅନେକ ବନ୍ଦୀଙ୍କୁ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ । ସେହି ଆଧାରରେ ବାବୁଲାଙ୍କୁ ଜେଲରୁ ମୁକ୍ତି ମିଳିଛି । 

 

  • Tags:

Subscribe

National International State Sports Entertainment