Home >
ଏଏମୟୁ ପୂର୍ବତନ ଛାତ୍ରଙ୍କ ଉତ୍ତେଜନାପୂର୍ଣ୍ଣ ବୟାନ, କହିଲେ- ପୁଣି ନିର୍ମାଣ ହେବ ବାବ୍ରି
Khabar Odisha:Nation-Provocative-statement-of-AMU-student-who-is-released-on-bail-said-rebuild-Babri

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୭ (ଖବର ଓଡ଼ିଶା): ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ଉତ୍ତର ପ୍ରଦେଶର ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ ହୋଇଥିବା ପ୍ରଦର୍ଶନ ପରେ ଦେଖାଯାଇଥିବା ହିଂସାକାଣ୍ଡ ଘଟଣାର ଅଭିଯୁକ୍ତ ଶରଜୀଲ ଉସ୍ମାନୀ ପୁଣି ଥରେ ଉତ୍ତେଜିତ ବୟାନ ଦେଇଛନ୍ତି । ଜାମିନରେ ଆସିଥିବା ଶରଜୀଲ ନିଜର ଟୁଇଟର ଆକାଉଣ୍ଟରେ ଲେଖିଛନ୍ତି, ‘ବାବ୍ରୀ ପୁଣି ଥରେ ନିର୍ମାଣ’ହେବ ।

ଶରଜୀଲ ଏକ ଟୁଇଟରେ ଲେଖିଛନ୍ତି, ଆପଣମାନଙ୍କର ପ୍ରାର୍ଥନା ଓ ସମର୍ଥନ ଯୋଗୁଁ ଧନ୍ୟବାଦ । ମୁଁ ଆପଣମାନଙ୍କର ଜବାବ ଦେଇ ପାରି ନଥିବାରୁ ଦୁଃଖିତ । ମୋର ଫୋନ ଏବଂ ଅନ୍ୟ ସାମଗ୍ରୀ ଏଟିଏସ ପାଖରେ ଅଛି । ମୁଁ ଅନ୍ୟ ଏକ ସିମ କାର୍ଟ ମାଧ୍ୟମରେ ଏହି ପ୍ଲାଟଫର୍ମ ପର୍ଯ୍ୟନ୍ତ ପହଂଚି ପାଇବାକୁ ସକ୍ଷମ ଅଟେ ।  

ଶରଜୀଲ ଏହି ଟୁଇଟରେ ଏକ ପତ୍ର ପୋଷ୍ଟ କରିଛନ୍ତି, ଯେଉଁଥିରେ ଉଲ୍ଲେଖ ରହିଛି ଯେ, ମୁସଲିମ ଜନସଂଖ୍ୟାକୁ ସରକାର ଓ ନାଗରିକତା ସଂଶୋଧନ ଆଇନ ବିରୋଧରେ ଉତ୍ତେଜନା ସୃଷ୍ଟି କରିବାରେ ଉଦ୍ୟମ କରିଛନ୍ତି । ସୂଚନାଯୋଗ୍ୟ, ସିଏଏ ବିରୋଧୀ ଆନ୍ଦୋଳନ ଘଟଣାରେ ଏଏମୟୁର ପୂର୍ବତନ ଛାତ୍ର ନେତା ଶରଜୀଲ ଉସ୍ମାନୀ ଗତ ଜୁଲାଇ ୧୦ରେ ଗିରଫ କରାଯାଇଥିଲା । ସେ ଚଳିତ ମାସ ଜାମିନରେ ଆସିଛନ୍ତି । 

 

  • Tags:

Subscribe

National International State Sports Entertainment