Home >
କରୋନା ଟିକା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକ, ଅଧିକାରୀଙ୍କୁ ଦେଲେ ପରାମର୍ଶ
Khabar Odisha:Nation-PM-Modi-holds-virtual-meeting-with-officials-to-know-the-status-of-corona-vaccine

ନୂଆଦିଲ୍ଲୀ, ଅକ୍ଟୋବର ୧୮ (ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କରୋନା ମହାମାରୀ ସ୍ଥିତି ଓ ଟିକାର ଅପଡେଟ ଜାଣିବା ଲାଗି ଅଧିକାରୀମାନଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି । ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ କହିଛନ୍ତି ଯେ, ଦେଶରେ ସମସ୍ତ ଲୋକଙ୍କୁ ଟିକା ପହଂଚାଇବା ଲାଗି ଏହାର ବିତରଣ ବ୍ୟବସ୍ଥା ଉପରେ ମଧ୍ୟ କାମ କରାଯିବା ଦରକାର ।  

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଦେଶର ଭୌଗଳିକ ସ୍ଥିତି ଓ ବିଭିନ୍ନତାକୁ ଦୃଷ୍ଟିରେ ରଖି ଟିକା ପହଂଚିବା ବ୍ୟବସ୍ଥାକୁ ସହଜ କରାଯିବା ଦରକାର । ଲଜିଷ୍ଟିକ୍ସ, ବିତରଣ ଓ ପ୍ରଶାସନିକ ବ୍ୟବସ୍ଥା ମଜବୁତ ହେବା ଦରକାର । ଏଥିରେ କୋଲ୍ଡ ଷ୍ଟୋରେଜ ଚେନ, ଡିଷ୍ଟ୍ରିବ୍ୟୁଶନ ନେଟୱାର୍କ, ମନିଟରିଂ ମ୍ୟାକାନିଜମ, ଆଡଭାନ୍ସ ଆସେସମେଣ୍ଟ ଓ ଆବଶ୍ୟକ ଉପକରଣ ପ୍ରସ୍ତୁତ କରିବାର ଯୋଜନାକୁ ସାମିଲ କରାଯିବାର ଅଛି । 

କରୋନା ରୋଗ ବିରୋଧରେ କୌଣସି ପ୍ରକାରର ଅସାବଧାନତା ନ କରାଯାଉ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମହାମାରୀ ନିୟନ୍ତ୍ରିତ କରିବାର ପ୍ରୟାସକୁ ଜାରି ରଖିବାକୁ ସେ ପରାମର୍ଶ ଦେଇଛନ୍ତି । ପାର୍ବଣ ଋତୁରେ କୋଭିଡ-୧୯ ଗାଇଡଲାଇନ ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି । ଏଥି ସହିତ ସେ କହିଛନ୍ତି ଯେ, ଲୋକେ ଏହି ରୋଗକୁ ମୁକାବିଲା କରିବା ପାଇଁ ମାସ୍କ ପିନ୍ଧିବା ଦରକାର । ନିୟମିତ ଭାବେ ହାତ ଧୋଇବା ଓ ସଫାସୁଥୁରା ରହିବାର ଅଛି । 

ବିଶ୍ୱ ତୁଳନାରେ ଭାରତରେ କରୋନା ସଂକ୍ରମଣର ସ୍ଥିତି ଏକ ପ୍ରକାର ଠିକ ରହିଛି । ସେଥିପାଇଁ ମୋଦୀ ଆଶ୍ୱସ୍ତିଲାଭ କରିଛନ୍ତି । ପ୍ରଧାନମନ୍ତ୍ରୀ ଟିକା ପ୍ରସ୍ତୁତ କରି ବିଶ୍ୱବାସୀଙ୍କୁ ସହଯୋଗ କରିବା ଲାଗି ପରାମର୍ଶ ଦେଇଛନ୍ତି । ଭାରତରେ ଏବେ ୩ଟି ଟିକା ପାଇଁ କାମ ଚାଲିଛି । ଏଗୁଡ଼ିକର ପରୀକ୍ଷା ଚାଲିଛି । 

 

  • Tags:

Subscribe

National International State Sports Entertainment