Home >
ବାତ୍ୟା ’ଜୱାଦ୍‌’ ପାଇଁ ୧୦୭ଟି ଟ୍ରେନ୍‌ ବାତିଲ, ଆଜି ୧୯ ଜିଲ୍ଳାରେ ସ୍କୁଲ ବନ୍ଦ
Khabar Odisha:Nation-Odisha-107-train-cancelled-for-cyclone-by-Indian-Railway

ନୂଆଦିଲ୍ଲୀ/ଭୁବନେଶ୍ବର, ଡିସେମ୍ବର ୦୪ (ଖବର ଓଡ଼ିଶା): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଗଭୀର ଅବପାତରେ ପରଣିତ‌େ ହାଇଛି। ଏହାରି ପ୍ରଭାବରେ ସାମୁଦ୍ରିକ ଝଡ଼ ଶକ୍ତିଶାଳୀ ହେବାରେ ଲାଗିଛି। ବାତ୍ୟା ଜୱାଦ୍‌ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ବାତ୍ୟା ପାଇଁ ଭାରତୀୟ ରେଳବାଇ ମୋଟ ୧୦୭ଟି ଟ୍ରେନ୍‌ ବାତିଲ କରିଛି। ବିଶେଷ କରି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଜିଲ୍ଲା ଦେଇ ଗତି କରୁଥିବା ଟ୍ରେନ୍‌ ଗୁଡ଼ିକ ଡିସେମ୍ବର ୩ ଓ ୪ ତାରିଖ ପାଇଁ ବାତିଲ ହୋଇଛି। ଏତଦ୍‌ ବ୍ୟତୀତ ରାଜ୍ୟର ୧୯ଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ଶନିବାର ବନ୍ଦ ରଖାଯାଇଛି। ୟୁଜିସି ନେଟ୍‌ ପରିକ୍ଷା ସ୍ଥଗିତ ରଖାଯାଇଛି। 

ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ବାତ୍ୟାର ତାଣ୍ଡବ ଦେଖାଯିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯିବା ପରେ ଓଡ଼ିଶା ସ୍ବତନ୍ତ୍ର ରିଲିଫ୍‌ କମିସଶନର ସତର୍କ ସୂଚନା ଜାରି କରିଛି। ବାତ୍ୟା ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାର ଗାଇଡଲାଇନ୍‌ ଜାରି କରିଛନ୍ତି। 

ସୂଚନାଯୋଗ୍ୟ, ବାତ୍ୟା ଜୱାଦ୍‌ ନେଇ ଦେଶବ୍ୟାପୀ ଆଲର୍ଟ ଜାରି କରାଯାଇଛି। ଏହି ବାତ୍ୟା ଯୋଗୁଁ ଉପକୂଳ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ପବନର ବେଗ ଘଣ୍ଟା ପିଛା ପାଖାପାଖି ୧୦୦ କିଲୋମିଟର ରହିବ। ପବନର ବେଗ ଅଧିକ ରହିଲେ ବିଦ୍ୟୁତ୍‌ ଖୁଣ୍ଟ ମଧ୍ୟ ଭାଙ୍ଗିଯିବାର ଆଶଙ୍କା ଦେଖାଯାଉଛି। ଓଡ଼ିଶା ସରକାର ବାତ୍ୟା ମୁକାବିଲା ପାଇଁ ଏନ୍‌ଡିଆରଏଫ୍‌, ଏସ୍‌ଡିଆରଏଫ୍‌ ଓ ଦମକଳ ବାହିନୀକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି। 

 

 

  • Tags:

Subscribe

National International State Sports Entertainment