Home >
ପାଟଣାରେ ବରଫ କାରଖାନାରେ ବିଷାକ୍ତ ଗ୍ୟାସ ନିର୍ଗତ, ଲୋକେ ଭୟଭୀତ
Khabar Odisha:Nation-Gas-leak-Patna-Bihar-ice-factory-police-investigation-owner-abscond

ପାଟଣା, ଅଗଷ୍ଟ ୦୨ (ଖବର ଓଡ଼ିଶା): ଦେଶର ବିଭିନ୍ନ ସ୍ଥାନରେ କିଛି ମାସ ହେବ ଗ୍ୟାସ ନିର୍ଗତ ହେବା ଘଟଣା ଦେଖିବାକୁ ମିଳିଛି । ବିହାରର ରାଜଧାନୀ ପାଟଣାରେ ମଧ୍ୟ ଏକ ବରଫ କାରଖାନାରେ ବିଷାକ୍ତ ଗ୍ୟାସ ନିର୍ଗତ ହୋଇଛି । ମାତ୍ର ଏହି ଗ୍ୟାସ ନିର୍ଗତ ଘଟଣାରେ କୌଣସି ଲୋକଙ୍କର କ୍ଷତି ହୋଇ ନାହିଁ । 

ପାଟଣାର ଜକନପୁର ଥାନା ଅନ୍ତର୍ଗତ ବିଗ୍ରହପୁର ଅଂଚଳରେ ଗ୍ୟାସ ନିର୍ଗତ ହେବା ପରେ ଲୋକେ ଭୟଭୀତ ହୋଇଯାଇଥିଲେ । ସୂଚନା ମିଳିବା ପରେ ପାଟଣା ପୁଲିସ ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କୁ ଅନ୍ୟତ୍ର ପଳାୟନ କରିବାକୁ ପରାମର୍ଶ ଦେଇଥିଲା । ଘଟଣାସ୍ଥଳରେ ଅଧିକାରୀମାନେ ପହଂଚିବା ପରେ ଜଣାପଡ଼ିଥିଲା ଯେ, ବରଫ କାରଖାନାରୁ ନାଇଟ୍ରୋଜେନ ଗ୍ୟାସ ନିର୍ଗତ ହୋଇଥିଲା । ପୁଲିସ କାରଖାନାର ମାଲିକଙ୍କ ନାଁରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ସୂଚନାଯୋଗ୍ୟ କିଛି ମାସ ତରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଏକ ଔଷଧ ଉତ୍ପାଦନକାରୀ କଂପାନୀରେ ବିଷାକ୍ତ ଗ୍ୟାସ ନିର୍ଗତ ହୋଇଥିଲା । ଏହି ଘଟଣରେ କିଛି ଲୋକଙ୍କର ମୃତ୍ୟୁ ହୋଇଥିଲା । 

 

  • Tags:

Subscribe

National International State Sports Entertainment