ନୂଆଦିଲ୍ଲୀ/ନ୍ୟୁୟର୍କ, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା): ପାକିସ୍ତାନରେ ଆତଙ୍କବାଦୀଙ୍କୁ ସହଯୋଗ କରିବା ନେଇ ଚୀନକୁ ଟାର୍ଗେଟ କରିବା ପରେ ବିଦେଶ ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର ନିଜର ଚୀନ ସମକକ୍ଷ ୱାଙ୍ଗ୍ ୟିଙ୍କୁ ଭେଟିଛନ୍ତି । ନ୍ୟୁୟର୍କରେରେ ଆୟୋଜିତ ୟୁଏନଜିଏ ବୈଠକରେ ବ୍ରିକ୍ସ (ବ୍ରାଜିଲ, ରୁଷିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା) ସମୂହର ବିଦେଶମନ୍ତ୍ରୀ ଚୀନର ନିଜ ସମକକ୍ଷଙ୍କୁ ଭେଟିଥିବା ଜଣାଯାଇଛି ।
ଦକ୍ଷିଣ ଆଫ୍ରିକାର ଆୟୋଜନରେ ଉଭୟ ବ୍ରିକ୍ସ ସମୂହର ନେତା ମୁହାଁମୁହିଁ ହୋଇଛନ୍ତି । ଏହି ବୈଠକରେ ରୁଷିଆର ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ ମଧ୍ୟ ଉପସ୍ଥିତ ଥିଲେ । ବ୍ରିକ୍ସ ବୈଠକରେ ଅନେକ ଗୁଡ଼ିଏ ଅନ୍ତର୍ଜାତୀୟ ଏବଂ ଆଂଚଳିକ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଏଥିରେ ରାଜନୈତିକ, ସୁରକ୍ଷା ଅର୍ଥନୀତି, ବିକାଶ, ଭିତ୍ତିଭୂମି ଆଦି ପ୍ରସଙ୍ଗରେ ଚର୍ଚ୍ଚା ହୋଇଥିଲା । ୟୁଏନଜିଏର ୭୭ତମ ଅଧିବେଶନରେ ପରସ୍ପର ସହଯୋଗ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ମଧ୍ୟ ହୋଇଥିଲା । ସେମାନେ ପୂର୍ବପରି ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବାକୁ ମଧ୍ୟ ଚର୍ଚ୍ଚା କରିଥିଲେ ।