Home >
ଲୋକଙ୍କୁ ପନିପରିବା ବାଣ୍ଟୁଥିଲେ କଂଗ୍ରେସ ବିଧାୟକ, ଭିଡ଼ ସୃଷ୍ଟି କରିବା ଅଭିଯୋଗରେ ଏତଲା
Khabar Odisha:Nation-Corona-virus-lockdown--FIR-lodged-against-congress--MLA-John-Kumar-in-Puducherry

ପଣ୍ଡିଚେରୀ, ମାର୍ଚ୍ଚ ୨୬ (ଖବର ଓଡ଼ିଶା): କରୋନା ଭାଇରସର ସ୍ଥିତିକୁ ଦେଖି ଭାରତକୁ ଲକଡାଉନ କରାଯାଇଛି । ସରକାର ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦେଉଛନ୍ତି । ପଣ୍ଡିଚେରୀରେ କଂଗ୍ରେସ ବିଧାୟକ ଜନ କୁମାରଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି । ବିଧାୟକଙ୍କ ନାଁରେ ଅଭିଯୋଗ ଆସିଛି ଯେ, ସେ କରୋନା ଭାଇରସ ନିୟମ ଉଲଂଘନ କରିଛନ୍ତି ।    

ପଣ୍ଡିଚେରୀ ପୋଲିସ କହିବା ଅନୁସାରେ କଂଗ୍ରେସ ବିଧାୟକ ଜନ କୁମାର ନିଜ ନିବାସ ନିକଟରେ ୨୦୦ରୁ ଅଧିକ ଲୋକ ଭିଡଥିବା ସ୍ଥାନରେ ପନିପରିବା ପ୍ୟାକେଟ ବାଣ୍ଟିଥିଲେ । ଗୋଟିଏ ସ୍ଥାନରେ ଏମିତି ଭିଡ ରହିଲେ କରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି । ତେଣୁ ରାଜନେତା ଯଦି ଏଭଳି କାମ କରିବେ, ତା’ହେଲେ ସାଧାରଣ ଲୋକେ କେମିତି ନିୟମ ପାଳନ କରିବେ । 

ଅନ୍ୟପକ୍ଷରେ ସରକାରଙ୍କ ତରଫରୁ କୁହାଯାଉଛି ଯେ, ଲକଡାଉନ ସମୟରେ ଲୋକଙ୍କ ଘରକୁ ଖାଦ୍ୟ ସାମଗ୍ରୀ ପହଞ୍ଚାଇ ଦିଆଯିବ । କିନ୍ତୁ କଂଗ୍ରେସ ବିଧାୟକ ପନିପରିବା ବାଣ୍ଟିବା ସମୟରେ ଯେପରି ଭିଡ ସୃଷ୍ଟି କରିଥିଲେ, କରୋନା ରୋଗ ବ୍ୟାପିବାରେ ସହଜ ହେବ । 

 

  • Tags:

Subscribe

National International State Sports Entertainment